ଆଇପିଏଲ ଅକ୍ସନ: ଏମାନେ ଟପ୍-5 ମହଙ୍ଗା ଖେଳାଳି, ତାଲିକାରେ କେବଳ ଜଣେ ବିଦେଶୀ
ଯଦି ଆମେ ଟପ୍-5 ସବୁଠାରୁ ଦାମୀ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ତାଲିକାରେ କେବଳ ଜଣେ ବିଦେଶୀ ଅଛନ୍ତି । ଆସନ୍ତୁ ଦେଖିବା ଏହି ତାଲିକା-
ବେଙ୍ଗାଲୁର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2022 ର ମେଗା ନିଲାମରେ ଏଥର ଦେଶୀ ଖେଳାଳିଙ୍କ ଉପରେ ବହୁତ ଟଙ୍କା ବର୍ଷିଛି । କେବଳ ବ୍ୟାଟ୍ସମ୍ୟାନଙ୍କ ଉପରେ ନୁହେଁ ବରଂ ବୋଲରଙ୍କ ଉପରେ ମଧ୍ୟ ଫ୍ରାଞ୍ଚାଇଜ୍ ଖୋଲାଖୋଲି ଭାବେ ବିଡିଂ କରିଛନ୍ତି । ଅନ୍ୟପକ୍ଷରେ, ଯଦି ଆମେ ଟପ୍-5 ସବୁଠାରୁ ଦାମୀ ଖେଳାଳିଙ୍କ ବିଷୟରେ ଆଲୋଚନା କରିବା, ତେବେ ତାଲିକାରେ କେବଳ ଜଣେ ବିଦେଶୀ ଅଛନ୍ତି । ଆସନ୍ତୁ ଦେଖିବା ଏହି ତାଲିକା-

ଇଶାନ କିଷନ
ଆଇପିଏଲ୍ 2022 ନିଲାମର ସବୁଠାରୁ ମହଙ୍ଗା ଖେଳାଳି ଥିଲେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷନ । ଇଶାନଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ 15 କୋଟି 25 ଲକ୍ଷ ଟଙ୍କାରେ କିଣିଛି। ତାଙ୍କର ମୂଳ ମୂଲ୍ୟ ଥିଲା 2 କୋଟି ।
ଦୀପକ ଚହର
ଦ୍ୱିତୀୟ ମହଙ୍ଗା ଖେଳାଳି ହେଉଛନ୍ତି ଦ୍ରୁତ ବୋଲର ଦୀପକ ଚହର। ତାଙ୍କର ମୂଳ ମୂଲ୍ୟ ମଧ୍ୟ 2 କୋଟି ଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ 14 କୋଟି ଟଙ୍କାରେ କିଣିଛି । ଦୀପକ ଆଇପିଏଲ୍ 2021 ରେ ଚେନ୍ନାଇ ପାଇଁ ମଧ୍ୟ ଖେଳିଥିଲେ ।
ଶ୍ରେୟସ୍ ଆୟର
ତୃତୀୟ ମହଙ୍ଗା ଖେଳାଳି ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ । ଯାହାଙ୍କ ମୂଳ ମୂଲ୍ୟ 2 କୋଟି । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ କିଣିବା ପାଇଁ ବହୁ ଅର୍ଥ ଖର୍ଚ୍ଚ କରିଛି । ତାଙ୍କୁ କୋଲକାତା 12 କୋଟି 25 ଲକ୍ଷ ଟଙ୍କା କିଣିଛି ।
ଲିଆମ୍ ଲିଭିଙ୍ଗଷ୍ଟୋନ୍
ଇଂଲଣ୍ଡ ସ୍ପିନ୍ ଅଲରାଉଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନଙ୍କୁ ପଞ୍ଜାବ କିଙ୍ଗ୍ସ 11.50 କୋଟିରେ କିଣିଛି । ତାଙ୍କର ମୂଳ ମୂଲ୍ୟ ଥିଲା 1 କୋଟି । ତାଙ୍କ ପାଇଁ କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସ, ଗୁଜୁରାଟ ଟାଇଟାନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଲିଭିଙ୍ଗଷ୍ଟୋନ୍ ପୂର୍ବରୁ, ବେନ୍ ଷ୍ଟୋକ୍ସ ମଧ୍ୟ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଇଂରାଜୀ ଖେଳାଳି ହୋଇପାରିଛନ୍ତି ।
ଶାର୍ଦ୍ଦୁଲ ଠାକୁର
ପଞ୍ଚମ ମହଙ୍ଗା ଖେଳାଳି ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର । ତାଙ୍କ ମୂଳ ମୂଲ୍ୟ 2 କୋଟି । ଗତ ଋତୁରେ ଚେନ୍ନାଇରେ ଖେଳିଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ 10 କୋଟି 75 ଲକ୍ଷ ଟଙ୍କାରେ କିଣିଛି ।












Click it and Unblock the Notifications