For Quick Alerts
For Daily Alerts
ଆଇପିଏଲ 2022: ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲେ ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ: ସ୍ଥାନୀୟ DY ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଆଇପିଏଲ ଚଳିତ ସିଜନର 48 ତମ ମ୍ୟାଚ୍ ଖେଳାଯାଉଛି । ଗୁଜୁରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଗୁଜୁରାଟ ହେଉଛି ଲିଗର ନୂତନ ଦଳ ଯାହା ଉତ୍କୃଷ୍ଟ ଫର୍ମରେ ଅଛି । ଟେବୁଲ୍ ଟପ୍ପର ଗୁଜୁରାଟ 16 ପଏଣ୍ଟ ସହ 9 ଟି ମ୍ୟାଚ ମଧ୍ୟରୁ 8 ଟି ଜିତିଛି । ଏଥି ସହିତ ପଞ୍ଜାବ 9 ଟି ମ୍ୟାଚ ମଧ୍ୟରୁ 4 ଟି ଜିତିଥିବାବେଳେ 5ଟି ପରାଜୟର ସାମ୍ନା କରିଛି । ପଞ୍ଜାବ ଦଳ ଟେବୁଲରେ 8ମ ସ୍ଥାନରେ ଅଛି ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟକିପର), ଶୁଭମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଅଲଜାରି ଜୋସେଫ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ, ମହମ୍ମଦ ଶାମି ।
- ପଞ୍ଜାବ କିଙ୍ଗସ୍ ଏକାଦଶ: ମୟଙ୍କ ଅଗ୍ରୱାଲ (ଅଧନାୟକ), ଶିଖର ଧୱନ, ଜନି ବେୟାରଷ୍ଟୋ, ଭାନୁକା ରାଜପାକସେ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଜିତେଶ ଶର୍ମା (ୱିକେଟକିପର), ଋଷି ଧୱନ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ଏବଂ ସନ୍ଦୀପ ଶର୍ମା ।
Comments
English summary
IPL 2022: Gujarat Titans won the toss and opt to bat
Story first published: Tuesday, May 3, 2022, 19:36 [IST]