ଆଇପିଏଲ 2022: ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ

ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ । ଲିଗର ନୂତନ ଦଳ ଗୁଜୁରାଟ ଟାଇଟାନ୍ସ ଚଳିତ ସିଜନରେ ଲକ୍ଷ୍ନୌକୁ ପରାସ୍ତ କରି ପ୍ରଥମ କ୍ୱାଲିଫାୟର ବନିଛି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 62 ରନରେ ପରାସ୍ତ କରିଛି ହାର୍ଦ୍

ପୁଣେ: ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ । ଲିଗର ନୂତନ ଦଳ ଗୁଜୁରାଟ ଟାଇଟାନ୍ସ ଚଳିତ ସିଜନରେ ଲକ୍ଷ୍ନୌକୁ ପରାସ୍ତ କରି ପ୍ରଥମ କ୍ୱାଲିଫାୟର ବନିଛି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 62 ରନରେ ପରାସ୍ତ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ।

Gujarat Titans

ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜୁରାଟ 20 ଓଭରରେ 144 ରନ୍ ସଂଗ୍ରହ କରି 4 ୱିକେଟ୍ ହରାଇଥିଲା । ଯାହାକୁ ଦଳର ବୋଲରମାନେ ମଧ୍ୟ ସଫଳତାର ସହ ଡିଫେଣ୍ଡ କରିଥିଲେ । ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ 13.5 ଓଭରରେ 82 ରନ୍ ପାଇଁ ଅଲଆଉଟ୍ ହୋଇଥିଲା। ଗୁଜୁରାଟ 12 ଟି ମ୍ୟାଚରେ 9 ମ ବିଜୟ ହାସଲ କରି 18 ପଏଣ୍ଟ ସହ ପ୍ଲେ-ଅଫରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି । ତେବେ ଦୁଇ ନମ୍ବରରେ ଉପସ୍ଥିତ ଥିବା ଲକ୍ଷ୍ନୌ 8 ଟି ବିଜୟ ଏବଂ 4 ଟି ପରାଜୟ ସହ 16 ପଏଣ୍ଟ ପାଇଛି ।

ଓପନର୍ ଶୁବମାନ ଗିଲ 7 ଚୌକା ସହାୟତାରେ 49 ବଲରେ 63 ରନର ଅପରାଜିତ ଇନିଂସ ଖେଳିଥିଲେ। ତା'ପରେ ଷ୍ଟାର ସ୍ପିନର ତଥା ଉପ-ଅଧିନାୟକ ରସିଦ ଖାନ 3.5 ଓଭରରେ 24 ରନ୍ ପାଇଁ 4 ୱିକେଟ୍ ନେଇଥିଲେ। ସେମାନଙ୍କ ବ୍ୟତୀତ ୟଶ ଦିନଲ ଏବଂ ସାଇ କିଶୋର 2-2 ୱିକେଟ୍ ନେଇଥିବାବେଳେ ପେସର୍ ମହମ୍ମଦ ଶାମି 1 ୱିକେଟ୍ ନେଇଛନ୍ତି। ଲକ୍ଷ୍ନୌ ପାଇଁ ଦୀପକ ହୁଡା (27) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ, ଯିଏ 9ମ ୱିକେଟ୍ ଭାବରେ ପାଭିଲିଅନକୁ ଫେରିଥିଲେ। ଦୀପକ 26 ଟି ବଲ ଖେଳି 3 ଚୌକା ମାରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+