For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2022: ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ

ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ । ଲିଗର ନୂତନ ଦଳ ଗୁଜୁରାଟ ଟାଇଟାନ୍ସ ଚଳିତ ସିଜନରେ ଲକ୍ଷ୍ନୌକୁ ପରାସ୍ତ କରି ପ୍ରଥମ କ୍ୱାଲିଫାୟର ବନିଛି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 62 ରନରେ ପରାସ୍ତ କରିଛି ହାର୍ଦ୍

|

ପୁଣେ: ଲକ୍ଷ୍ନୌକୁ ହରାଇ ପ୍ରଥମ ପ୍ଲେ-ଅଫ ଟିକେଟ ହାତେଇଲା ଗୁଜୁରାଟ । ଲିଗର ନୂତନ ଦଳ ଗୁଜୁରାଟ ଟାଇଟାନ୍ସ ଚଳିତ ସିଜନରେ ଲକ୍ଷ୍ନୌକୁ ପରାସ୍ତ କରି ପ୍ରଥମ କ୍ୱାଲିଫାୟର ବନିଛି । ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ 62 ରନରେ ପରାସ୍ତ କରିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ।

Gujarat Titans

ଶୁଭମାନ ଗିଲଙ୍କ ଅପରାଜିତ ଅର୍ଦ୍ଧଶତକ ସତ୍ତ୍ୱେ ଗୁଜୁରାଟ 20 ଓଭରରେ 144 ରନ୍ ସଂଗ୍ରହ କରି 4 ୱିକେଟ୍ ହରାଇଥିଲା । ଯାହାକୁ ଦଳର ବୋଲରମାନେ ମଧ୍ୟ ସଫଳତାର ସହ ଡିଫେଣ୍ଡ କରିଥିଲେ । ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳ 13.5 ଓଭରରେ 82 ରନ୍ ପାଇଁ ଅଲଆଉଟ୍ ହୋଇଥିଲା। ଗୁଜୁରାଟ 12 ଟି ମ୍ୟାଚରେ 9 ମ ବିଜୟ ହାସଲ କରି 18 ପଏଣ୍ଟ ସହ ପ୍ଲେ-ଅଫରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି । ତେବେ ଦୁଇ ନମ୍ବରରେ ଉପସ୍ଥିତ ଥିବା ଲକ୍ଷ୍ନୌ 8 ଟି ବିଜୟ ଏବଂ 4 ଟି ପରାଜୟ ସହ 16 ପଏଣ୍ଟ ପାଇଛି ।

ଓପନର୍ ଶୁବମାନ ଗିଲ 7 ଚୌକା ସହାୟତାରେ 49 ବଲରେ 63 ରନର ଅପରାଜିତ ଇନିଂସ ଖେଳିଥିଲେ। ତା'ପରେ ଷ୍ଟାର ସ୍ପିନର ତଥା ଉପ-ଅଧିନାୟକ ରସିଦ ଖାନ 3.5 ଓଭରରେ 24 ରନ୍ ପାଇଁ 4 ୱିକେଟ୍ ନେଇଥିଲେ। ସେମାନଙ୍କ ବ୍ୟତୀତ ୟଶ ଦିନଲ ଏବଂ ସାଇ କିଶୋର 2-2 ୱିକେଟ୍ ନେଇଥିବାବେଳେ ପେସର୍ ମହମ୍ମଦ ଶାମି 1 ୱିକେଟ୍ ନେଇଛନ୍ତି। ଲକ୍ଷ୍ନୌ ପାଇଁ ଦୀପକ ହୁଡା (27) ସର୍ବାଧିକ ରନ୍ ସଂଗ୍ରହ କରିଥିଲେ, ଯିଏ 9ମ ୱିକେଟ୍ ଭାବରେ ପାଭିଲିଅନକୁ ଫେରିଥିଲେ। ଦୀପକ 26 ଟି ବଲ ଖେଳି 3 ଚୌକା ମାରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2022: Gujarat Titans won the playoff ticket, Defeat by 62 runs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X