For Quick Alerts
For Daily Alerts
ଆଇପିଏଲ 2022: ଟସ ଜିତି ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ ଦେଲେ ପାଣ୍ଡ୍ୟା
ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଗୁଜୁରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଆଇପିଏଲ 2022 ର 51 ତମ ମ୍ୟାଚ୍ ଖେଳାଯାଉଛି। ପ୍ଲେ ଅଫ୍ ଯୋଗ୍ୟତା ପାଇବା ପାଇଁ ଗୁଜୁରାଟ ଟାଇଟାନ୍ସକୁ କେବଳ ଗୋଟିଏ ମ୍ୟାଚ୍ ଜିତିବାକୁ ପଡିବ । ଏହା ମୁମ୍ବାଇକୁ ପରାସ୍ତ କରିବାକୁ ଚେଷ୍ଟା କରିବ ଏବଂ ପ୍ଲେ ଅଫରେ ପହଞ୍ଚିବାରେ ଚଳିତ ଋତୁର ପ୍ରଥମ ଦଳ ହେବ ।

ତେବେ ଆଜି ମ୍ୟାଚ ପାଇଁ ଗୁଜୁରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ବର୍ତ୍ତମାନ ପ୍ଲେ-ଅଫ ଦୌଡରୁ ବାଦ୍ ପଡିସାରିଛି । ତେଣୁ ଆଜି ମ୍ୟାଚ ଦଳ ପାଇଁ କେବଳ ଔପଚାରିକ ମ୍ୟାଚ ହେବ ।
- ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ: ରୋହିତ ଶର୍ମା, ଇଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ଡେଭିଡ, କିରନ୍ ପୋଲାର୍ଡ, ଡାନିଏଲ ସାମ୍ସ, ମୁରୁଗାନ ଅଶ୍ୱିନ, କୁମାର କାର୍ତ୍ତିକେୟ, ଜସପ୍ରୀତ ବୁମରା ଏବଂ ରେଲି ମେରେଡିଥ ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା, ଶୁବମନ ଗିଲ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ପ୍ରଦୀପ ସାଙ୍ଗୱାନ, ଲକି ଫର୍ଗୁସନ, ଅଲଜାରି ଜୋସେଫ, ମହମ୍ମଦ ଶାମି ।
Comments
English summary
IPL 2022, GT vs MI: Gujarat Titans have won the toss and have opted to field
Story first published: Friday, May 6, 2022, 19:23 [IST]