ଆଇପିଏଲ 2022: ଫାଇନାଲ ଫାଇଟରେ ଟସ ଜିତିଲେ ସଞ୍ଜୁ
ଆଜି ଆଇପିଏଲ ଫାଇନାଲ ମ୍ୟାଚ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଏବଂ ଲିଗର ନୂଆ ଦଳ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ
ଅହମ୍ମଦାବାଦ: ଆଜି ଆଇପିଏଲ ଫାଇନାଲ ମ୍ୟାଚ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଏବଂ ଲିଗର ନୂଆ ଦଳ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି। ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଦଳ ପ୍ରଥମେ ବୋଲିଂ କରିବା । ବଲିଉଡ ତାରକାଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରେ ଆରମ୍ଭ ହେବ ଫାଇନାଲ ମ୍ୟାଚ ।

ରାଜସ୍ଥାନ ଦଳ ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇ ନାହିଁ । କିନ୍ତୁ ଗୁଜୁରାଟ ଦଳର ଅଧିନାୟକ ହାର୍ଦ୍ଦିକ କହିଛନ୍ତି ଯେ, ସେ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି । ଅଲ୍ଲଜାରି ଜୋସେଫଙ୍କ ସ୍ଥାନରେ ଲକି ଫର୍ଗୁସନଙ୍କୁ ଦଳରେ ସାମିଲ କରାଯାଇଛି ।
- ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟକିପର), ଶୁବମନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଆର ସାଇ କିଶୋର, ଲକି ଫର୍ଗୁସନ୍, ୟଶ ଦୟାଲ, ମହମ୍ମଦ ଶାମି ।
- ରାଜସ୍ଥାନ ରୟାଲ୍ସ ଏକାଦଶ: ୟଶ୍ୱସୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ୍ (ୱିକେଟକିପର/ଅଧିନାୟକ), ଦେବଦତ୍ତ ପାଡିକ୍କଲ, ଶିମ୍ରନ୍ ହେଟମିୟର, ରିୟାନ୍ ପାରାଗ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ଓବେଡ ମ୍ୟାକକୋଇ, ୟୁଜଭେନ୍ଦ୍ର ଚହଲ ।












Click it and Unblock the Notifications