ଆଜି ଆଇପିଏଲ 2022 ଫାଇନାଲ: ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ଲଢେଇ
ଆଜି ଆଇପିଏଲ 2022 ଫାଇନାଲରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ଲଢେଇ । ପ୍ରଥମ ଆଇପିଏଲ ବିଜେତା ରାଜସ୍ଥାନ ରୟାଲ୍ସ । ସେହିପରି ନୂଆ ଦଳ ଗୁଜରାଟ ଟାଇଟନ୍ସର ଏହା ପ୍ରଥମ ଆପିଏଲ ସିଜିନ ହୋଇଥିବା ବେଳେ ଦଳ ଖେଳୁଛି ଫାଇନାଲ ମ୍ୟାଚ ।
ଅହମଦାବାଦ: ଆଜି ଆଇପିଏଲ 2022 ଫାଇନାଲରେ ରାଜସ୍ଥାନ ରୟାଲ୍ସ ବନାମ ଗୁଜରାଟ ଟାଇଟନ୍ସ ଲଢେଇ । ପ୍ରଥମ ଆଇପିଏଲ ବିଜେତା ରାଜସ୍ଥାନ ରୟାଲ୍ସ । ସେହିପରି ନୂଆ ଦଳ ଗୁଜରାଟ ଟାଇଟନ୍ସର ଏହା ପ୍ରଥମ ଆପିଏଲ ସିଜିନ ହୋଇଥିବା ବେଳେ ଦଳ ଖେଳୁଛି ଫାଇନାଲ ମ୍ୟାଚ । ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପସ୍ଥିତରେ ଏହି ମହା ମୁକାବିଲା ଖେଳାଯିବ ।

ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଗୁଜରାଟ । ଦ୍ୱିତୀୟ ସୁଯୋଗରେ ଦମଦାର ପ୍ରଦର୍ଶନ ସହିତ ଆରସିବିକୁ ପରାସ୍ତ କରି ଫାଇନାଲକୁ ଯାଇଛି ରାଜସ୍ଥାନ । ଉଭୟ ଟିମ୍ ମଧ୍ୟରେ ଆଜି ଦମଦାର ଲଢ଼େଇ ହେବ । ସେପଟେ ୨୦୧୮ ପରେ ଏଥର ହେବ ଉଦଯାପନୀ ସମାରୋହ । କରୋନା ଯୋଗୁ ଦୁଇବର୍ଷ ଧରି ଉଦଯାପନୀ ସମାରୋହ ବନ୍ଦ ରହିଥିଲା । ଏହି ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସର ସବୁଠୁ ସଫଳ ବ୍ୟାଟ୍ସ ମ୍ୟାନ୍ ଜୋସ୍ ବଟଲରଙ୍କ ଉପରେ ବିଶେଷ ନଜର ରହିବ ।












Click it and Unblock the Notifications