ପୁଣି ବନ୍ଦ ହେବ କି ଆଇପିଏଲ ? ଦିଲ୍ଲୀ ଶିବିରରେ ପଶିଲା କରୋନା
ବାୟୋ-ବବଲର ସୁରକ୍ଷା ବୟକୁ ଭେଦ କରି ତେଣେ ଆଇପିଏଲରେ ପଶିଲା କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ କରୋନା ସଂକ୍ରମିତ ହୋଇଛନ୍ତି ।
ମୁ୍ମ୍ୱାଇ: ଏଥର ବି ବନ୍ଦ ହେବ କି ଆଇପିଏଲ । କାରଣ ବାୟୋ-ବବଲର ସୁରକ୍ଷା ବୟକୁ ଭେଦ କରି ତେଣେ ଆଇପିଏଲରେ ପଶିଲା କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପେଟ୍ରିକ ଫରହାଟ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି । ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ ଫରହାଟଙ୍କ ଉପରେ ନଜର ରଖିଛନ୍ତି ।ଯାହାକୁ ନେଇ ପୁଣି ଆଇପିଏଲ (IPL) ବନ୍ଦ ନେଇ ଆଶଙ୍କା ପ୍ରକାଶ ପାଇଛି ।

କରୋନା ମହାମାରୀ ପାଇଁ ଗତ ବର୍ଷ ଆଇପିଏଲ ମେ ୪ରେ ସସପେଣ୍ଡ ହୋଇଥିଲା । ଏହି ସମୟରେ ହାଇଦ୍ରାବାଦର ରିଦ୍ଧିମାନ ଶାହା, ଦିଲ୍ଲୀ କ୍ୟାପିଟାଲ୍ସର ଅମିତ ମିଶ୍ରା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ବାକି ଥିବା ଲିଗ ମ୍ୟାଚକୁ ୟୁଏଇରେ ଖେଳାଯାଇଥିଲା ।
ଏପରିକି ଯଦି ଚଳିତ ଥର ବି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇକୁ ପ୍ରାୟ ୨ ହଜାର କୋଟି ଟଙ୍କାର କ୍ଷତି ହେବ । ତେବେ ଆଇପିଏଲ ଯୋଗୁଁ ବିସିସିଆଇ (BCCI) ର ଅନେକ ଲାଭ ହେଉଛି ଏବଂ ଏହାର ଫାଇଦା ପରୋକ୍ଷରେ ଭାରତ ସରକାରଙ୍କୁ ମଧ୍ୟ ମିଳୁଛି । ବିସିସିଆଇ ୨୦୦୭ ପରଠାରୁ ପ୍ରାୟ ୪ ହଜାର କୋଟିରୁ ଅଧିକ ଟଙ୍କା ଟ୍ୟାକ୍ସ ବାବଦକୁ ସରକାରଙ୍କୁ ଦେଇଛି ।












Click it and Unblock the Notifications