ଆଇପିଏଲ 2022: ଟସ ଜିତିଲା ଦିଲ୍ଲୀ, ପ୍ରଥମେ ବ୍ୟାଟିଂ କରିବ କେକେଆର
ଆଜି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।
ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଜି ଆଇପିଏଲର 41 ତମ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ଉଭୟ ଏପର୍ଯ୍ୟନ୍ତ 31 ଥର ସଂଘର୍ଷ କରିଛନ୍ତି ଯେଉଁଥିରେ ଦିଲ୍ଲୀ 14 ଥର ଏବଂ କୋଲକାତା 16 ଥର ଜିତିଛି ।

ଏଥି ସହ ଗତ ପାଞ୍ଚଟି ମ୍ୟାଚରେ କୋଲକାତା ପରାଜୟ ବରଣ କରିଛି। ଏହି ସମୟ ମଧ୍ୟରେ କେକେଆର୍ 3 ଟି ମ୍ୟାଚ୍ ଜିତିଥିବାବେଳେ ଡିସି 2 ଟି ମ୍ୟାଚ୍ ଜିତିଛି । ତେବେ ଆଜି ମ୍ୟାଚରେ ଦିଲ୍ଲୀ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।
କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଆରୋନ ଫିଞ୍ଚ, ସୁନୀଲ ନାରିନ, ଶ୍ରେୟାସ ଆୟର, ନୀତୀଶ ରାଣା, ଭେଙ୍କଟେଶ ଆୟର, ବାବା ଇନ୍ଦ୍ରଜିତ, ରିଙ୍କୁ ସିଂ, ଆଣ୍ଡ୍ରେ ରସେଲ, ଉମେଶ ଯାଦବ, ଟିମ ସାଉଥୀ, ହର୍ଷିତ ରାଣା ।
ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ୱୀ ଶ , ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ, ଲଲିତ ଯାଦବ, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ରୋଭମାନ ପାୱଲ, କୁଲଦୀପ ଯାଦବ, ମୁସ୍ତାଫିଜୁର ରହମାନ, ଚେତନ ସାକରିଆ ।












Click it and Unblock the Notifications