ଆଜି ଧୋନି ଖେଳିବେ କି ଶେଷ ଆଇପିଏଲ ମ୍ୟାଚ ? ଟସ୍ ସମୟରେ ମିଳିବ ଉତ୍ତର...
ଚେନ୍ନାଇ ପାଇଁ ଟସ କରିବାକୁ ପଡିଆକୁ ଓହ୍ଲାଇବେ ସିଏସକେ ଅଧିନାୟକ । ତେବେ କଣ ହେବ ଏଥର ଧୋନିଙ୍କ ଆଇପିଏଲ ଖେଳିବା ନେଇ ଉତ୍ତର ? ଯାହାକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ୍ ପ୍ରେମୀ ।
ମୁମ୍ବାଇ: 2019 ସମ୍ଭବତଃ ହଁ, 2020 DefinitelyNot, 2021 ଏଯାବତ୍ ଶେଷ ହୋଇନାହିଁ । ବିଗତ ତିନି ବର୍ଷ ଧରି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଏମଏସ ଧୋନିଙ୍କ ଏହା ଥିଲା ଆଇପିଏଲ ଖେଳିବା ନେଇ ଉତ୍ତର । ଯାହା କି ପ୍ରତି ବର୍ଷ ଶେଷ ମ୍ୟାଚର ଟସ୍ ସମୟରେ ମିଳିଥିଲା । ଏଥର ମଧ୍ୟ ପୁଣି ଥରେ ଶେଷ ମ୍ୟାଚରେ ଚେନ୍ନାଇ ପାଇଁ ଟସ କରିବାକୁ ପଡିଆକୁ ଓହ୍ଲାଇବେ ସିଏସକେ ଅଧିନାୟକ । ତେବେ କଣ ହେବ ଏଥର ଧୋନିଙ୍କ ଆଇପିଏଲ ଖେଳିବା ନେଇ ଉତ୍ତର ? ଯାହାକୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ୍ ପ୍ରେମୀ ।

CSK ଦଳ ପାଇଁ ଚଳିତ ସିଜିନ ବହୁତ ଖରାପ ଯାଇଛି । ଏହି ସମୟ ମଧ୍ୟରେ ଏସଏସ ଧୋନି ଆଜିର ମ୍ୟାଚ ପରେ ଆଇପିଏଲରୁ ଅବସର ଘୋଷଣା କରିବେ କି ନାହିଁ ତାହା ଅନୁମାନ କରାଯାଉଛି। ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏମଏସ ଧୋନି ଏବଂ ତାଙ୍କ ସହ ଜଡିତ କିଛି ହ୍ୟାସଟ୍ୟାଗ ସୋସିଆଲ ମିଡିଆରେ ବହୁତ ଟ୍ରେଣ୍ଡ କରୁଛି। କିନ୍ତୁ ଖବରରୁ ଏହା ସ୍ପଷ୍ଟ ହୋଇଛି ଯେ, ଏମଏସ ଧୋନିଙ୍କ ଆଜିର ମ୍ୟାଚ ଶେଷ ହେବ ନାହିଁ।
ଦୁଇ ଦିନ ଧରି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଆଇପିଏଲରେ ସିଏସକେ ଅଧିନାୟକ ଏମଏସ ଧୋନିଙ୍କ ବିଷୟରେ କଳ୍ପନା ଜଳ୍ପନା ଚାଲିଛି। ଏହାର କାରଣ ହେଉଛି, CSK ର ଦଳ ଆଜି ଆଇପିଏଲ୍ 2022ର ଶେଷ ମ୍ୟାଚ୍ ଖେଳିବ । CSK ପାଇଁ ଏହି ବର୍ଷ ଅତ୍ୟନ୍ତ ଖରାପ ହୋଇଛି । 2020 ବର୍ଷ ପରେ ଏହା ଦ୍ୱିତୀୟ ଥର ପାଇଁ CSK ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ ।

ସୂଚନାଥାଉ କି, ଆଇପିଏଲ୍ 2022 ଆରମ୍ଭର ଠିକ୍ ପୂର୍ବରୁ ଏମ୍ଏସ୍ ଧୋନି CSK ର ଅଧିନାୟକତ୍ୱ ଛାଡିଥିଲେ ଏବଂ ରବିନ୍ଦ୍ର ଜାଡେଜାଙ୍କୁ ନୂତନ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିଲା । କିନ୍ତୁ ରବିନ୍ଦ୍ର ଜାଡେଜାଙ୍କ ଅଧିନାୟକତ୍ୱରେ ଦଳ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ଏହା ପରେ ରବିନ୍ଦ୍ର ଜାଡେଜା ଆଇପିଏଲ ମଝିରେ ଅଧିନାୟକତ୍ୱ ଛାଡି ପୁଣିଥରେ ଏମଏସ ଧୋନିଙ୍କୁ ଅଧିନାୟକ କରାଇଲେ। ଏହି ସମୟରେ ହଠାତ୍ ଖବର ଆସିଲା ଯେ ଦଳର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଅମ୍ବାତି ରାୟଡୁ ମଧ୍ୟ ଆଇପିଏଲରୁ ଅବସର ନେଇଛନ୍ତି । କିନ୍ତୁ ଅମ୍ବାତି ରାୟୁଡୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ପୁରୁଣା ଟ୍ୱିଟକୁ ଡିଲିଟ କରିଥିଲେ।
ଏହି ସମୟରେ, ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏମଏସ ଧୋନି ମଧ୍ୟ ଆଇପିଏଲରୁ ଅବସର ନେବେ, ତେବେ ଏହା ବୋଧହୁଏ ବର୍ତ୍ତମାନ ଘଟିବାକୁ ଯାଉନାହିଁ । ESPNcricinfo ସହିତ କଥାବାର୍ତ୍ତା କରି ପୂର୍ବତନ ଭାରତୀୟ ଦଳର ଓପନର୍ ଆକାଶ ଚୋପ୍ରା ମଧ୍ୟ ଏହାକୁ ଅସ୍ୱୀକାର କରିଛନ୍ତି । ଆକାଶ ଚୋପ୍ରା କହିଛନ୍ତି ଯେ, ବର୍ତ୍ତମାନ ଏମଏସ୍ ଧୋନିଙ୍କ ପ୍ରଶଂସକଙ୍କୁ ଧନ୍ୟବାଦ ବାର୍ତ୍ତା ଲେଖିବାର କୌଣସି ଆବଶ୍ୟକତା ନାହିଁ। ଶୁକ୍ରବାର ଦିନ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ପରେ ସେ ଅବସର ଘୋଷଣା କରିବେ ନାହିଁ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଆକାଶ ଚୋପ୍ରା ବିଶ୍ୱାସ କରନ୍ତି ଯେ ,ଏମଏସ ଧୋନିଙ୍କ ପରେ CSK ର ନେତୃତ୍ୱ ନେବାକୁ କେହି ନାହାଁନ୍ତି । ତେଣୁ ଧୋନି ଆଇପିଏଲରେ ଅତି କମରେ ଗୋଟିଏ ସିଜିନ ଖେଳୁଥିବା ଦେଖିବାକୁ ମିଳିବ । ଆକାଶ ଚୋପ୍ରା କହିଛନ୍ତି ଯେ, 2023 ଆଇପିଏଲରେ ଏହା ସମ୍ଭବ ଯେ CSK ଜଣେ ନୂତନ ଅଧିନାୟକ ପାଇବ ଏବଂ ଧୋନି ତାଙ୍କୁ ପ୍ରସ୍ତୁତ କରିବେ, କେବଳ ସେତେବେଳେ ସେ ଅବସର ଘୋଷଣା କରିବେ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications