ଆଇପିଏଲ 2022: ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ; ଡୁ ପ୍ଲେସିସ କହିଲେ, ଭାଇ ବିପକ୍ଷରେ ଆଜି ମ୍ୟାଚ
ଆଜି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆରସିବି ଅଧିନାୟକ ଡୁ ପ୍ଲେସିସ ।
ମୁମ୍ବାଇ: ଆଇପିଏଲ 2022 (IPL 2022) ରେ ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) କୁ ଭେଟୁଛି ଚେନ୍ନାଇ ସୁପର କିଙ୍ଗ୍ସ (CSK) । ଚେନ୍ନାଇ ସୁପର କିଙ୍ଗ୍ସ (CSK) କ୍ରମାଗତ 4ଟି ମ୍ୟାଚ୍ ହାରିଛି । ଆଜି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆରସିବି ଅଧିନାୟକ ଡୁ ପ୍ଲେସିସ ।

ଅନ୍ୟପକ୍ଷରେ, ଫାଫ୍ ଡୁ ପ୍ଲେସିସଙ୍କ ଅଧିନାୟକତ୍ୱରେ ଥିବା ଆରସିବି ଚଳିତ ସିଜନରେ ଖେଳାଯାଇଥିବା ଚାରିଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିଛି। ଆରସିବିର ଦଳ 6 ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଥିବାବେଳେ CSK ସର୍ବନିମ୍ନ କ୍ରମରେ ଅର୍ଥାତ୍ ଦଶମ ସ୍ଥାନରେ ଅଛି ।

- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଫାଫ୍ ଡୁ ପ୍ଲେସିସ୍ (କ୍ୟାପଟେନ୍), ଅନୁଜ ରାୱତ, ବିରାଟ କୋହଲି, ଗ୍ଲେନ୍ ମ୍ୟାକ୍ସୱେଲ, ଦିନେଶ କାର୍ତ୍ତିକ (ୱିକେଟକିପର), ଶାହବାଜ ଅହମ୍ମଦ, ଭାନିନ୍ଦୁ ହସରାଙ୍ଗା, ସୁୟାଶ ପ୍ରଭାସାଇ, ଜୋଶ ହାଜଲେଉଡ, ମହମ୍ମଦ ସିରାଜ, ଆକାଶ ଦୀପ ।
- ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ରବିନ୍ ଉଥାପ୍ପା, ଋତୁରାଜ ଗାଇକୱାଡ, ମୋଇନ ଅଲି, ଅମ୍ବାତି ରାୟୁଡୁ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା (କ୍ୟାପଟେନ), ଏମଏସ ଧୋନି (ୱିକେଟକିପର), ଡୱେନ ବ୍ରାଭୋ, କ୍ରିସ ଜୋର୍ଡାନ, ମହେଶ ତିକ୍ସାନା, ମୁକେଶ ଚୌଧରୀ ।












Click it and Unblock the Notifications