ଆଇପିଏଲ 2022: ବିସିସିଆଇର ନୂଆ ବ୍ଲୁ ପ୍ରିଣ୍ଟ, ଯୋଡି ହେବେ ଦୁଇ ନୂଆ ଫ୍ରାଞ୍ଚାଇଜ୍, ଡିସେମ୍ବରେ ମେଗା ଅକ୍ସନ୍
ବିଶ୍ବର ବିତ୍ତଶାଳୀ ଧନୀ ଲିଗକୁ ନେଇ ବିସିସିଆଇର ନୂଆ ବ୍ଲୁ ପ୍ରିଣ୍ଟ । ଆଇପିଏଲ 2021ର ବଳକା ମ୍ୟାଚ ୟୁଏଇରେ ଖେଳାଯିବକୁ ଥିବା ବେଳେ ଆଇପିଏଲ 2022 ନେଇ ଯୋଜନା ପ୍ରସ୍ତୁତ କଲାଣି ଭାରତୀୟ କ୍ରିକେଟ୍ ବୋର୍ଡ ।
ମୁମ୍ବାଇ: ବିଶ୍ବର ବିତ୍ତଶାଳୀ ଧନୀ ଲିଗକୁ ନେଇ ବିସିସିଆଇର ନୂଆ ବ୍ଲୁ ପ୍ରିଣ୍ଟ । ଆଇପିଏଲ 2021ର ବଳକା ମ୍ୟାଚ ୟୁଏଇରେ ଖେଳାଯିବକୁ ଥିବା ବେଳେ ଆଇପିଏଲ 2022 ନେଇ ଯୋଜନା ପ୍ରସ୍ତୁତ କଲାଣି ଭାରତୀୟ କ୍ରିକେଟ୍ ବୋର୍ଡ । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆଗାମୀ ଆଇପିଏଲ ଋତୁରେ ଦୁଇଟି ନୂଆ ଫ୍ରାଞ୍ଜାଇଜ୍ ଯୋଡିବାକୁ ସଜବାସ ହେଲାଣି ବିସିସିଆଇ । ଯାହାର ସମସ୍ତ ପ୍ରକ୍ରିୟା ଅଗଷ୍ଟ 2021ରୁ ଆରମ୍ଭ ହୋଇ ଜାନୁୟାରୀ 2022ରେ ଶେଷ କରିବାକୁ ଯୋଜନା କରାଯାଇଛି ।

ମିଳିଥିବା ସୂଚନା ଅନୁଯାଇ, ଆସନ୍ତା ଅଗଷ୍ଟ ମାସରେ ନୂଆ ଫ୍ରାଞ୍ଜାଇଜ୍ ପାଇଁ ଟେଣ୍ଡର ଡକାଯିବ । ପରେ ଅକ୍ଟୋବର ମଧ୍ୟ ଭାଗରେ ଦୁଇଟି ନୂଆ ଫ୍ରାଞ୍ଜାଇଜର ଅଫିସିଆଲ୍ ଘୋଷଣା କରାଯିବ । ଆଉ ଠିକ୍ ଏହା ପରେ ଡିସେମ୍ବରରେ ଅନୁଷ୍ଠିତ୍ ହେବ ଆଇପିଏଲ ମେଗା ଅକ୍ସନ ପ୍ରକ୍ରିୟା । ସେହିପରି ଜାନୁୟାରୀ 2022ରେ ମିଡିଆ ରାଇଟ୍ସ ବିକ୍ରି କରାଯିବ ନେଇ ଯୋଜନା ବାନ୍ଧିଛି ବିସିସିଆଇ ।
ତେବେ ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷର ମେଗା ନିଲାମ ପୂର୍ବରୁ ଫ୍ରାଞ୍ଚାଇଜମାନଙ୍କୁ ପ୍ରତ୍ୟେକଙ୍କୁ ସର୍ବାଧିକ ଚାରି ଖେଳାଳି ରଖିବାକୁ ଅନୁମତି ଦିଆଯିବ। ସର୍ତ୍ତ ଅନୁଯାୟୀ, ଦଳ ପରିଚାଳନା ପାଇଁ ତିନି ଜଣ ଭାରତୀୟ ଖେଳାଳି ଏବଂ ଜଣେ ବିଦେଶୀ ଖେଳାଳି କିମ୍ବା ଦୁଇ ଜଣ ଭାରତୀୟ ଖେଳାଳି ଏବଂ ଦୁଇ ଜଣ ବିଦେଶୀ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯିବ । ଫ୍ରାଞ୍ଚାଇଜ୍ ନିଲାମରେ ପ୍ରବେଶ କରିବା ପୂର୍ବରୁ ଏହି ଚାରି ଖେଳାଳିଙ୍କ ଦରମା କାଟିବେ । ସେହିପରି ଦୁଇଟି ନୂତନ ଫ୍ରାଞ୍ଜାଇଜ ଯୋଡି ହେବା ସହିତ ବିସିସିଆଇ ମଧ୍ୟ ଦଳୀୟ ବଜେଟକୁ 85 କୋଟିରୁ 90 କୋଟିକୁ ବୃଦ୍ଧି କରିବ । ଯାହାର ଅର୍ଥ ହେଉଛି ବିସିସିଆଇ ଦ୍ବାରା ସମସ୍ତ ଦଶଟି ଫ୍ରାଞ୍ଚାଇଜ୍ ବଜେଟରେ ଅତିରିକ୍ତ 50 କୋଟି ଯୋଗ କରାଯିବ।
ନିୟମ ଅନୁଯାୟୀ, ଯଦି ଏକ ଫ୍ରାଞ୍ଚାଇଜ୍ ତିନି ଖେଳାଳିଙ୍କୁ ରଖେ, ତେବେ 15 କୋଟି, 11 କୋଟି ଏବଂ 7 କୋଟି ଟଙ୍କା ଖେଳାଳିଙ୍କ ଦରାମା ଢାଞ୍ଚା ହେବ । ଯଦି ଦୁଇ ଖେଳାଳିଙ୍କୁ ରଖାଯାଏ ତେବେ 12.5 କୋଟି ଏବଂ 8.5 କୋଟି, ସେହିପରି ଯଦି କେବଳ ଗୋଟିଏ ଖେଳାଳି ରଖାଯାଏ ତେବେ 12.5 cr ଟଙ୍କା ଦରମା ହେବ ।
ପ୍ରାରମ୍ଭରେ, ମେଗା ନିଲାମ ଆଇପିଏଲ୍ 2021 ପୂର୍ବରୁ ଅନୁଷ୍ଠିତ ହେବାକୁ ଥିଲା କିନ୍ତୁ ମହାମାରୀ ହେତୁ ଫ୍ରାଞ୍ଚାଇଜ୍ କ୍ଷତି ସହିବାକୁ ଲାଗିଲା ଏବଂ ଆଇପିଏଲ୍ 2020 ରୁ 2021 ମଧ୍ୟରେ ଅଧିକ ସମୟ ବ୍ୟବଧାନ ନ ଥିବାରୁ ମେଗା ନିଲାମକୁ ଏକ ବର୍ଷ ସ୍ଥଗିତ ରଖାଗଲା ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications