Get Updates
Get notified of breaking news, exclusive insights, and must-see stories!

ଆଇପିଏଲ୍ 2021: ଆଜି କେକେଆର ବନାମ ମୁମ୍ବାଇ, ଫିଟ୍ ଅଛନ୍ତି କି ରୋହିତ ଶର୍ମା ?

ଫିଟ୍ ଅଛନ୍ତି କି ରୋହିତ ଶର୍ମା ? ଆଜି ଖେଳିବେ କି ମ୍ୟାଚ୍ ? ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ପର୍ଯ୍ୟୟାର ପ୍ରଥମ ମ୍ୟାଚ୍ ଖେଳିନଥିଲେ ।

ନୂଆଦିଲ୍ଲୀ: ଫିଟ୍ ଅଛନ୍ତି କି ରୋହିତ ଶର୍ମା ? ଆଜି ଖେଳିବେ କି ମ୍ୟାଚ୍ ? ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଇଂଲଣ୍ଡ ଗସ୍ତରୁ ସିଧାସଳଖ ୟୁଏଇକୁ ଉଡ଼ିଥିଲେ । ବାଧ୍ୟତାମୂଳକ 6 ଦିନିଆ କ୍ବାରେଣ୍ଟାଇନ ଶେଷ କରି ପଡିଆରେ ବି ଅଭ୍ୟାସ କରିଥିଲେ । ହେଲେ ଚେନ୍ନାଇ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ପର୍ଯ୍ୟୟାର ପ୍ରଥମ ମ୍ୟାଚ୍ ଖେଳିନଥିଲେ । ଏହି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ।

MI vs KKR

ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆଜି ମ୍ୟାଚ ଖେଳିବା । ଏହି ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଦଳ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ରୋହିତ ଶର୍ମା ପଡ଼ିଆରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି । ବଲିଉଡ ଚଳଚ୍ଚିତ୍ରର ଏକ ପୁରୁଣା ଗୀତରେ ନାଚୁଥିବା ଏହି ଭିଡିଓରେ ରୋହିତଙ୍କ ଘାତକ ବ୍ୟାଟିଂ ଶୌଳୀ ପ୍ରଦର୍ଶିତ ହୋଇଛି ଯେଉଁଥିରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଅଭିନୟ କରିଛନ୍ତି।

ଏହାପୂର୍ବରୁ କୋଚ୍ ମହେଲା ଜୟୱାର୍ଡେନ କହିଥିଲେ ଯେ, ରୋହିତ ଏବଂ ଟ୍ରେଣ୍ଟ ବୋଲ୍ଟ କାର୍ଯ୍ୟଭାର ପରିଚାଳନା ଯୋଜନାର ଏକ ଅଂଶ ଭାବରେ ବାହାରେ ବସିଛନ୍ତି। ବର୍ତ୍ତମାନ ମୁମ୍ବାଇ ଏକ ପରାଜୟରୁ ଆରମ୍ଭ ହୋଇଥିବାରୁ ରୋହିତ ପୁଣି ବ୍ୟାଟିଂ କରିବାକୁ ପ୍ରସ୍ତୁତ ଥିବା ଦେଖାଯାଉଛି। ଅବଶ୍ୟ, ରୋହିତଙ୍କୁ ଦିଆଯାଇଥିବା ବିଶ୍ରାମରେ ଆଘାତର ମଧ୍ୟ ଭୂମିକା ଥିଲା । ଏବେ ଏହା ଦେଖିବାକୁ ବାକି ରହିଲା ଯେ, ରୋହିତ ଏଥିରୁ ସଂପୂର୍ଣ୍ଣ ରୂପେ ବାହାରି ମ୍ୟାଚ ଖେଳିବାକୁ ପ୍ରସ୍ତୁତ କି ନାହିଁ ।

ତେବେ ଭିଡିଓରୁ ଯାହା ଅନୁମାନ କରାଯାଉଛି ଯେ, ବର୍ତ୍ତମାନ ରୋହିତ ପୁରା ସେଟ୍ ହୋଇସାରିଛନ୍ତି ଏବଂ କେକେଆର୍ ବିପକ୍ଷକରେ ଦାୟିତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ କେକେଆର ହେଉଛି ସେହି ଦଳ, ଯାହାଙ୍କ ବିରୋଧରେ ରୋହିତଙ୍କ ବ୍ୟାଟରୁ ଜବରଦ୍ସ ପ୍ରହାର ଦେଖିବାକୁ ମିଳିଥାଏ ।

ମ୍ୟାଚ୍ ପୂର୍ବରୁ ଟ୍ରେଣ୍ଟ ବୋଲ୍ଟ କହିଛନ୍ତି ଯେ, ଉଭୟ ରୋହିତ ଏବଂ ହାର୍ଦ୍ଦିକଙ୍କ ଅବସ୍ଥା ଭଲ ଅଛି। ଚେନ୍ନାଇ ବିରୋଧରେ ସତର୍କତା ଅବଲମ୍ବନ କରି ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ 8 ଟି ମ୍ୟାଚ୍ ଖେଳିଛି ଏବଂ ସେମାନେ ଚତୁର୍ଥ ସ୍ଥାନରେ ବସିଛନ୍ତି । ତେବେ ଦଳ ଚାହୁଁଛନ୍ତି ରୋହିତ ଏବଂ ପାଣ୍ଡ୍ୟା ଶୀଘ୍ର ଦଳକୁ ଆସନ୍ତୁ। ବୋଲ୍ଟ କହିଛନ୍ତି ଯେ, ଦଳ ଯେକୈଣସି ପ୍ରକାରେ ରୋହିତଙ୍କୁ ଦଳକୁ ଆଣିବାକୁ ଚାହୁଁଛି, କିନ୍ତୁ ପ୍ରଥମେ ଏହା ମଧ୍ୟ ଦେଖିବାକୁ ପଡିବ ଯେ ସେ ଶତପ୍ରତିଶତ ଫିଟ୍ ଅଛନ୍ତି କି ନାହିଁ ?

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+