'କାର୍ତ୍ତିକ ଏବଂ ୱାର୍ଣ୍ଣରଙ୍କ ପରି ହୋଇପାରେ କୋହଲିଙ୍କ ଅବସ୍ଥା'
ଯଦି ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ବିଶ୍ୱାସ କରାଯାଏ, ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର ଚାଲିଥିବା ୟୁଏଇ ଲିଗ ମଧ୍ୟରେ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ଅଧିନାୟକ ପଦରୁ ହଟାଯାଇପାରେ ।
ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖରାପ ଖବର ଆସିପାରେ। ଯଦି ଜଣେ ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ବିଶ୍ୱାସ କରାଯାଏ, ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ର ଚାଲିଥିବା ୟୁଏଇ ଲିଗ ମଧ୍ୟରେ କୋହଲିଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ଅଧିନାୟକ ପଦରୁ ହଟାଯାଇପାରେ । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏହି ସିଜିନର ଶେଷରେ ବିରାଟ କୋହଲି ଆରସିବିର ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ ।

ସୋମବାର ଆବୁଧାବିରେ ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚରେ ଆରସିବି ଅଧିନାୟକ ବିରାଟ ସହଜରେ ଆତ୍ମସମର୍ପଣ କରୁଥିବା ଦେଖିବାକୁ ମିଳିଥିଲା । ଆଇପିଏଲ୍ 2021 ର ଦ୍ୱିତୀୟ ଲିଗର ପ୍ରଥମ ମ୍ୟାଚରେ ଆରସିବି କେକେଆର୍ ବିପକ୍ଷରେ ମାତ୍ର 92 ରନ କରି ଆଉଟ୍ ହୋଇଥିଲା । ଆଇପିଏଲରେ ଏହା RCB ର ଷଷ୍ଠ ସର୍ବନିମ୍ନ ସ୍କୋର ଥିଲା । କୋହଲିଙ୍କ ଦଳ ଇଏନ୍ ମୋର୍ଗାନଙ୍କ ନେତୃତ୍ୱାଧୀନ କେକେଆରଠୁ 9 ୱିକେଟ୍ ପରାଜୟର ସମ୍ମୁଖୀନ ହୋଇଥିଲା।
କୋହଲି (4ଟି ବଲରୁ 5ରନ୍) ମ୍ୟାଚର ଦ୍ୱିତୀୟ ଓଭରରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। 32 ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପ୍ ଆଗରେ ଅଟକି ରହିଥିଲେ । ସେ DRS ମଧ୍ୟ ନେଇଥିଲେ । ମାତ୍ର ଡିଆରଏସ ବି ନଷ୍ଟ ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଜଣେ ପୂର୍ବତନ କ୍ରିକେଟର ନ୍ୟୁଜ୍ ଏଜେନ୍ସି IANS କୁ କହିଛନ୍ତି-
"ଦେଖନ୍ତୁ, ସେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ କିପରି ଖେଳୁଥିଲେ। ଦେଖାଯାଉଛି ସେ ବର୍ତ୍ତମାନ ସଂଘର୍ଷ କରୁଛନ୍ତି । ତେଣୁ ସମ୍ଭାବନା ରହିଛି ଯେ, ତାଙ୍କୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଅଧନାୟକ ପଦରୁ ହଟାଯାଇ ପାରେ । କାରଣ ଏହା ଅତୀତରେ ଅନ୍ୟ ଦଳ ସହିତ ମଧ୍ୟ ଘଟିଛି- କେକେଆରର ଅଧିନାୟକ ଥିବା ଦିନେଶ କାର୍ତ୍ତିକ ଏବଂ ଅନ୍ୟମାନଙ୍କ ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଡେଭିଡ ୱାର୍ଣ୍ଣରଙ୍କ ସହ ମଧ୍ୟ ଏହା ଘଟିଛି । ସେମାନେ ଅପସାରିତ ହୋଇଛନ୍ତି କିମ୍ବା ସେମାନେ ନିଜେ ଓହରି ଯାଇଛନ୍ତି । ଏହା ଆରସିବିରେ ମଧ୍ୟ ହୋଇପାରେ ... ମ୍ୟାଚ୍ ଦେଖିବା ପରେ ମୋତେ ଏହିପରି ଲାଗୁଛି । ଆଉ ଏକ ଖରାପ ମ୍ୟାଚ ଏବଂତୁରନ୍ତ RCB ଅଧିନାୟକତ୍ୱର ପରିବର୍ତ୍ତନ କରୁଥିବା ଦେଖିପାରିବେ। "












Click it and Unblock the Notifications