IPL 2021: ଏଥର ଆଇପିଏଲରେ ଏହି ସବୁ ହେବ ଖାସ, ଯାହା ଆଗରୁ କେବେ ହୋଇନାହିଁ...

ଏଥର ଆଇପିଏଲରେ ଗୋଟିଏ ଜିନିଷ ବିଶେଷ ହେବାକୁ ଯାଉଛି । ଯାହା ହେଉଛି, ଆଇପିଏଲର 14 ତମ ସିଜନର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ।

IPL 2021: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଭାରତକୁ ଫେରିଛି। କରୋନା ମହାମାରୀ ହେତୁ ୟୁଏଇରେ 2020 ଋତୁ ଖେଳା ଯାଇଥିଲା । କିନ୍ତୁ ଏଥର ଆଇପିଏଲର ସମସ୍ତ ମ୍ୟାଚ୍ ଭାରତର 6 ଟି ସହରରେ ଖେଳାଯିବ । ଫାଇନାଲ ମ୍ୟାଚ୍ ବିଶ୍ୱର ସର୍ବବୃହତ ଷ୍ଟାଡିୟମ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

ଏଥର ଆଇପିଏଲରେ ଗୋଟିଏ ଜିନିଷ ବିଶେଷ ହେବାକୁ ଯାଉଛି । ଯାହା ହେଉଛି, ଆଇପିଏଲର 14 ତମ ସିଜନର ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ । ଅର୍ଥାତ୍ କୌଣସି ଦଳ ନିଜ ଘରେ ମ୍ୟାଚ୍ ଖେଳିବେ ନାହିଁ। ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ମ୍ୟାଚ୍ ଖେଳୁଥିଲେ ।

ଉଦାହରଣ ସ୍ୱରୂପ, ଧରାଯାଉ ଚେନ୍ନାଇ ସୁପର କିଙ୍ଗ୍ସକୁ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଦୁଇଟି ମ୍ୟାଚ୍ ଖେଳିବାକୁ ପଡିବ । ଏଭଳି ପରିସ୍ଥିତିରେ ଚେନ୍ନାଇ ନିଜ ଘରେ ଗୋଟିଏ ମ୍ୟାଚ୍ ଖେଳୁଥିଲା ଏବଂ ଅନ୍ୟ ମ୍ୟାଚ୍ ମୁମ୍ବାଇରେ ।

IPL 2021

ତେବେ ପ୍ରତ୍ୟେକ ଥର ଭଳି ଏହି ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳାଯିବ । ସେଥିମଧ୍ୟରୁ ଗୋଟିଏ ମ୍ୟାଚ୍ ବେଙ୍ଗାଲୁରୁରେ ଏବଂ ଅନ୍ୟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ । ଫଳରେ କୌଣସି ଦଳ ଘରୋଇ ଗ୍ରାଉଣ୍ଡର ଫାଇଦା ଉଠାଇ ପାରିବେ ନାହିଁ ।

ଲିଗ୍ ପର୍ଯ୍ୟାୟରେ, ସମସ୍ତ ଦଳ 6 ଟି ସ୍ଥାନ ମଧ୍ୟରୁ 4 ଟି ମ୍ୟାଚ୍ ଖେଳିବେ । ଡବଲ ହେର୍ଡରର ପ୍ରଥମ ମ୍ୟାଚ ଅପରାହ୍ନ 3.30 ରେ ଆରମ୍ଭ ହେବ । ସେହିପରି 2ୟ ମ୍ୟାଚ ସନ୍ଧ୍ୟା 7.30 ରେ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ 9 ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆରମ୍ଭ ହେବ । ଫାଇନାଲ ମ୍ୟାଚ୍ ମେ 30 ରେ ଅହମ୍ମଦାବାଦରେ ଖେଳାଯିବ ।

ସେହିପରି ଅନ୍ୟ ଏକ ଖାସ କଥା ହେଲା ଚଳିତ ଥର ଆଇପିଏଲ ବିନା ଦର୍ଶକରେ ଆୟୋଜିତ ହେବାକୁ ଯାଉଛି । ଯାହା କେବେ ବି ଭାରତରେ ହୋଇ ନଥିଲା । ବିଶ୍ବର ଏହି ବିତ୍ତଶାଳୀ ଲିଗର କ୍ରେଜ ଭାରତରେ ଘରେ ଘରେ ରହିଛି । ଆଇପିଏଲକୁ ଭାରତରେ କ୍ରିକେଟର ଉତ୍ସବ ଭାବେ ମନାଯାଇଥାଏ । କିନ୍ତୁ ଚଳିତ ଥର ଏହା ବିନା ଦର୍ଶକରେ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+