ଆଇପିଏଲ 2021: ପ୍ରଥମେ ବ୍ୟାଟିଂ କରିବ ହାଇଦ୍ରାବାଦ
ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇଦ୍ରାବାଦ ଦଳର ଅଧିନାୟକ କେନ ଉଇଲିୟମସନ ।
ଦୁବାଇ: ଇଣ୍ଡିଆନ ପ୍ରିମିୟର ଲିଗ ( ଆଇପିଏଲ 2021) ର 14 ତମ ସିଜନର 33 ତମ ମ୍ୟାଚ୍ ବୁଧବାର (22 ସେପ୍ଟେମ୍ବର) ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ହାଇଦ୍ରାବାଦ ଦଳର ଅଧିନାୟକ କେନ ଉଇଲିୟମସନ ।

ତେବେ ଟେବୁଲର ତଳେ ଥିବା ହାଇଦ୍ରାବାଦ ଏହି ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ସେପେଟେ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ ସେମାନଙ୍କର ବିଜୟ ଧାରା ଜାରି ରଖିବାକୁ ଚାହିଁବ।
ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ: ପୃଥ୍ବୀ ଶ' , ଶିଖର ଧୱନ, ଶ୍ରେୟସ୍ ଆୟର୍, ସିମ୍ରନ୍ ହେଟମାୟର୍, ମାର୍କସ୍ ଷ୍ଟୋନିସ୍, ଋଷଭ ପନ୍ତ, ଆର ଅଶ୍ୱିନ୍, ଆକ୍ସର ପଟେଲ, ଆବେଶ ଖାନ କାଗିସୋ ରାବାଡା, ଆନ୍ରିଚ୍ ନୋର୍ଜେ ।
ସନରାଇଜର୍ସ ହାଇଦ୍ରାବାଦ ଏକାଦଶ: ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ସାହା , କେନ ୱିଲିୟମସନ (କ୍ୟାପଟେନ), ମନୀଷ ପାଣ୍ଡେ, ଜାସନ ହୋଲ୍ଡର, କେଦାର ଯାଦବ, ଅବଦୁଲ ସମାଦ, ରସିଦ ଖାନ, ଭୁବନେଶ୍ୱର କୁମାର, ଖଲ୍ଲୀଲ୍ ଅହମ୍ମଦ, ସନ୍ଦୀପ ଶର୍ମା ।












Click it and Unblock the Notifications