For Quick Alerts
Turn On Notification  
For Daily Alerts
Oneindia App Download

ଫେରିଲା ଆଇପିଏଲ 2021: ସେପ୍ଟେମ୍ବର 19ରୁ ବଳକା ମ୍ୟାଚ ଆରମ୍ଭ, ଅକ୍ଟୋବର 15ରେ ଫାଇନାଲ

ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନର ବଳକା ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରି ସାରିଥିଲା । ଆଉ ଆଜି ଏହାର ତାରିଖ ଘୋଷଣା କରିଛି ବୋର୍ଡ ।

|

ନୂଆଦିଲ୍ଲୀ: ମହାମାରୀ କରୋନାର କୋପକୁ ପଛରେ ପକାଇ ପୁଣି ପଡିଆକୁ ଫେରିଛି ଆଇପିଏଲ । ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନର ବଳକା ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରି ସାରିଥିଲା । ଆଉ ଆଜି ଏହାର ତାରିଖ ଘୋଷଣା କରିଛି ବୋର୍ଡ ।

IPL 2021 News Update

ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।

ଦଶହରାରେ ଆଇପିଏଲ ଫାଇନାଲ

ଦେଶରେ କରୋନା ମହାମରୀ ସଂଙ୍କଟ ମଧ୍ୟରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନନ୍ତର କରିଛି ବିସିସିଆଇ । ନିର୍ଦ୍ଧାରିତ ଖେଳସୂଚୀ ଅନୁଯାଇ ଅକ୍ଟୋବର ୧୫ରେ ହେବ ଆଇପିଏଲର ଫାଇନାଲ ମୁକାବିଲା । ତେବେ ଏହି ଦିନ ଭାରତରେ ଦଶହରା ପାଳନ କରାଯାଉଥିବ ।

ତେବେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ଯାହାକୁ ୨୫ ଦିନ ମଧ୍ୟରେ ଶେଷ କରିବାକୁ ଯୋଜନା ରଖିଛି ବିସିସିଆଇ । ତେବେ ଆଇପିଏଲ ୱିଣ୍ଡୋ ବାହାରିବାରେ ବିସିସିଆଇ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡର ଅନେକ ଭୂମିକା ରହିଛି । କାରଣ ବିଶ୍ବଟେଷ୍ଟ ଚାମ୍ପିଅନସିପ ପରେ ପରେ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ରାଜି ହୋଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ ବା ଇସିବି। ଯାହ ଫଳରେ ଆଇପିଏଲ ପାଇଁ ସେପ୍ଟେମ୍ବରେ ୱିଣ୍ଡୋ ପ୍ରସ୍ତତ କରି ପାରିଛି ବିସିସିଆଇ ।

ଆଇପିଏଲରେ ବିଦେଶୀ ଖେଳାଳି

ଆଇପିଏଲର ବଳକା ମ୍ୟାଚରେ ବିଦେଶୀ ଖେଳାଳିଙ୍କ ଉପସ୍ଥିତିକୁ ନେଇ ଉଠିଥିବା ପ୍ରଶ୍ନବାଚୀକୁ ମଧ୍ୟ ସମାଧାନ କରିଛି ବିସିସିଆଇ । ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ବିଦେଶୀ କ୍ରିକେଟ ବୋର୍ଡ ସହ ବିସିସିଆଇ ଆଲୋଚନା କରି ବିଦେଶୀ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରଚେଷ୍ଟା କରିବ । ଆଶା ଅଛି ଅନ୍ୟ ଦେଶର ବୋର୍ଡମାନେ ରାଜି ହୋଇଯିବେ । ଯଦି କିଛି ବିଦେଶୀ ଖେଳାଳି ନ ଆସିପାରନ୍ତି, ତେବେ କିଛି ଆଡଜଷ୍ଟ କରିବାକୁ ପଡିବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021: Season to resume on September 19, final on October 15
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X