ଫେରିଲା ଆଇପିଏଲ 2021: ସେପ୍ଟେମ୍ବର 19ରୁ ବଳକା ମ୍ୟାଚ ଆରମ୍ଭ, ଅକ୍ଟୋବର 15ରେ ଫାଇନାଲ

ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନର ବଳକା ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରି ସାରିଥିଲା । ଆଉ ଆଜି ଏହାର ତାରିଖ ଘୋଷଣା କରିଛି ବୋର୍ଡ ।

ନୂଆଦିଲ୍ଲୀ: ମହାମାରୀ କରୋନାର କୋପକୁ ପଛରେ ପକାଇ ପୁଣି ପଡିଆକୁ ଫେରିଛି ଆଇପିଏଲ । ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସିଜିନର ବଳକା ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ପୂର୍ବରୁ ବିସିସିଆଇ ଘୋଷଣା କରି ସାରିଥିଲା । ଆଉ ଆଜି ଏହାର ତାରିଖ ଘୋଷଣା କରିଛି ବୋର୍ଡ ।

IPL 2021 News Update

ଆସନ୍ତା ସେପ୍ଟେମ୍ବର ମାସ ୧୯ ତାରିଖରୁ ଖେଳାଯିବ ଆଇପିଏଲ ସିଜିନ-୧୪ର ବଳକା ମ୍ୟାଚ୍ । ସେହିପରି ଅକ୍ଟୋବର ୧୫ ତାରିଖରେ ଖେଳାଯିବ ଆଇପିଏଲର ଚଳିତ ସିଜିନର ଫାଇନାଲ୍ ଫାଇଟ୍ । କରୋନା ପାଇଁ ଆଇପିଏଲ ୨୦୨୧କୁ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା । ବିଭିନ୍ନ ଟିମର ଖେଳାଳି ଓ କୋଚ୍ କରୋନାରେ ସଂକ୍ରମିତ ହେବା କାରଣରୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।

ଦଶହରାରେ ଆଇପିଏଲ ଫାଇନାଲ

ଦେଶରେ କରୋନା ମହାମରୀ ସଂଙ୍କଟ ମଧ୍ୟରେ ୟୁଏଇକୁ ଟୁର୍ଣ୍ଣାମେଣ୍ଟ ସ୍ଥାନନ୍ତର କରିଛି ବିସିସିଆଇ । ନିର୍ଦ୍ଧାରିତ ଖେଳସୂଚୀ ଅନୁଯାଇ ଅକ୍ଟୋବର ୧୫ରେ ହେବ ଆଇପିଏଲର ଫାଇନାଲ ମୁକାବିଲା । ତେବେ ଏହି ଦିନ ଭାରତରେ ଦଶହରା ପାଳନ କରାଯାଉଥିବ ।

ତେବେ ଆଇପିଏଲର ୧୪ତମ ସଂସ୍କରଣର ମୋଟ୍ ୩୧ଟି ମ୍ୟାଚ୍ ବାକି ରହିଛି । ଯାହାକୁ ୨୫ ଦିନ ମଧ୍ୟରେ ଶେଷ କରିବାକୁ ଯୋଜନା ରଖିଛି ବିସିସିଆଇ । ତେବେ ଆଇପିଏଲ ୱିଣ୍ଡୋ ବାହାରିବାରେ ବିସିସିଆଇ ପାଇଁ ଇଂଲଣ୍ଡ କ୍ରିକେଟ ବୋର୍ଡର ଅନେକ ଭୂମିକା ରହିଛି । କାରଣ ବିଶ୍ବଟେଷ୍ଟ ଚାମ୍ପିଅନସିପ ପରେ ପରେ ଭାରତ ବିପକ୍ଷ ଟେଷ୍ଟ ସିରିଜ ଖେଳିବାକୁ ରାଜି ହୋଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ ବା ଇସିବି। ଯାହ ଫଳରେ ଆଇପିଏଲ ପାଇଁ ସେପ୍ଟେମ୍ବରେ ୱିଣ୍ଡୋ ପ୍ରସ୍ତତ କରି ପାରିଛି ବିସିସିଆଇ ।

ଆଇପିଏଲରେ ବିଦେଶୀ ଖେଳାଳି

ଆଇପିଏଲର ବଳକା ମ୍ୟାଚରେ ବିଦେଶୀ ଖେଳାଳିଙ୍କ ଉପସ୍ଥିତିକୁ ନେଇ ଉଠିଥିବା ପ୍ରଶ୍ନବାଚୀକୁ ମଧ୍ୟ ସମାଧାନ କରିଛି ବିସିସିଆଇ । ବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ବିଦେଶୀ କ୍ରିକେଟ ବୋର୍ଡ ସହ ବିସିସିଆଇ ଆଲୋଚନା କରି ବିଦେଶୀ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରିବାକୁ ପ୍ରଚେଷ୍ଟା କରିବ । ଆଶା ଅଛି ଅନ୍ୟ ଦେଶର ବୋର୍ଡମାନେ ରାଜି ହୋଇଯିବେ । ଯଦି କିଛି ବିଦେଶୀ ଖେଳାଳି ନ ଆସିପାରନ୍ତି, ତେବେ କିଛି ଆଡଜଷ୍ଟ କରିବାକୁ ପଡିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+