IPL 2021, RR vs PBKS: ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ କିଙ୍ଗ୍ସ

ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ।

IPL 2021, RR vs PBKS Toss: ଆଇପିଏଲର 4ର୍ଥ ମ୍ୟାଚର ସାମ୍ନାସାମ୍ନି ହେଉଛନ୍ତି ପ୍ରଥମ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଓ ନାମ ପରିବର୍ତ୍ତନ କରିଥିବା ପଞ୍ଜାବ କିଙ୍ଗ୍ସ । ଗୋଟିଏ ପଟେ ରୟାଲ୍ସ ତାର କ୍ୟାପଟେନଙ୍କୁ ପରବର୍ତ୍ତନ କରିଥିବା ବେଳେ ନୂଆ ନାମ ସହିତ କିଛି ନୂଆ କରି ଦେଖାଇବା ଆଶାରେ ରହିଛି ପ୍ରୀତି ଜାଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସ ।

RR vs PBKS

ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ।

ଦୁଇ ଦଳ ମଧ୍ୟରେ ମୋଟ 21ଟି ମ୍ୟାଚ ଖେଳାଯାଇଛି ଯେଉଁଠି 12ଟି ମ୍ୟାଚରେ ରାଜସ୍ଥାନ ବାଜି ମାରିଥିବା ବେଳେ ପଞ୍ଜାବ 9ଟି ମ୍ୟାଚ ଜିତିଛି । ତେବେ ଏହି ଅଙ୍କରେ ହୋମ ଗ୍ରାଉଣ୍ଡ ସାମିଲ ଅଛି । ତେଣୁ ଯଦି ନିରପକ୍ଷ ପଡିଆ ରେକର୍ଡ ଦେଖିବା, ଖେଳାଯାଇଥିବା 8ଟି ମ୍ୟାଚରୁ ଉଭୟ ଦଳ 4ଟି ଲେଖାଏଁ ମ୍ୟାଚ ଜିତିଛନ୍ତି ।

  • ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ ରାହୁଲ (ୱିକେଟକିପର/ ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ନିକୋଲାସ ପୁରାନ, ଦୀପକ ହୁଡା, ଶାହାରୁଖ ଖାନ, ଝା ରିଚାର୍ଡସନ, ମୁରୁଗାନ ଅଶ୍ୱିନ, ରେଲି ମେରେଡିଥ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
  • ରାଜସ୍ଥାନ ରୟାଲ୍ସ ଏକାଦଶ: ଜୋସ୍ ବଟଲର୍ (ୱିକେଟକିପର), ମନନ୍ ଭୋହ୍ରା, ବେନ୍ ଷ୍ଟୋକ୍ସ, ସଞ୍ଜୁ ସାମସନ୍ (ଅଧିନାୟକ), ରିୟାନ୍ ପାରାଗ, ଶିବମ୍ ଦୁବେ, ରାହୁଲ ତେୱଟିଆ, କ୍ରିସ୍ ମୋରିସ୍, ଶ୍ରେୟସ୍ ଗୋପାଳ, ଚେତନ ସାକରିଆ, ମୁସ୍ତାଫିଜୁର ରହମାନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+