ସଞ୍ଜୁଙ୍କ ବିସ୍ଫୋରକ ୮୨, ହାଇଦ୍ରାବାଦ ଆଗରେ ୧୬୫ ରନ୍ର ଟାର୍ଗେଟ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୬୪ ରନ୍ର କରିଛି। ଯେଉଁଥିରେ ସାମିଲ ରହିଛି ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ୮୨ ରନ୍ ପାଳି ।
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2021) ର 40 ତମ ମ୍ୟାଚରେ ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସର । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରତ ୨୦ ଓଭର୍ରେ ୫ ୱିକେଟ ହରାଇ ୧୬୪ ରନ୍ର କରିଛି। ଯେଉଁଥିରେ ସାମିଲ ରହିଛି ଅଧିନାୟକ ସଞ୍ଜୁ ସାମସନଙ୍କ ବିସ୍ଫୋରକ ୮୨ ରନ୍ ପାଳି । ଫଳରେ ଏହି ମ୍ୟାଚ୍କୁ ଜିତିବା ପାଇଁ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୬୫ ରନ୍ର ଟାର୍ଗେଟ ରହିଛି।

ଚଳିତ ଆଇପିଏଲରେ ହାଇଦ୍ରାବାଦର ପ୍ଲେ ଅଫ ଆଶା ଏକ ପ୍ରକାରର ମଉଳି ଯାଇଥିବା ବେଳେ ରାଜସ୍ଥାନ ଏବେ ବି ଟପ୍ ୪ ଦୌଡ଼ରେ ରହିଛି। ତେଣୁ ରାଜସ୍ଥାନକୁ ଏହି ମ୍ୟାଚ୍ ଜିତିବା ଜରୁରୀ ହୋଇପାଡିଛି।
ସଞ୍ଜୁଙ୍କ ବ୍ୟତିତ ଯୁବ ଜଶ୍ୱସୀ ଯସୱାଲ 36 ରନ ଓ ମହିପାଲ ଲୋମାର 29 ରନର ସ୍କୋର କରିଛନ୍ତି । ତେବେ ଆଇପିଏଲ ଡେବ୍ୟୁ କରିଥିବା ଇଭିନ ଲୁଇସ ମାତ୍ର ୬ ରନ୍ କରି ଭୁବନେଶ୍ୱର କୁମାରଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ସେହିପରି ମଧ୍ୟ କ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ଲିଆମ ଲିଭିଙ୍ଗ ଷ୍ଟୋନ ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ସେ ମାତ୍ର ୪ ରନ୍ କରି ରଶିଦ ଖାନଙ୍କ ଶିକାର ବନିଥିଲେ।
ହାଇଦ୍ରାବାଦ ପକ୍ଷରୁ ଶେଷ ଓଭର ବୋଲିଂ କରୁଥିବା ସିଦ୍ଧାର୍ଥ କୌଲ ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର ଓ ରଶିଦ ଖାନ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।












Click it and Unblock the Notifications