Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2021: ଆଜି ଡବଲ ହେର୍ଡର ଧମାକ, ପ୍ରଥମ ମ୍ୟାଚରେ ଆରମ୍ଭରୁ ଆଣ୍ଠେଇଲା ଆରସିବି

କେକେଆର ବିପକ୍ଷ ପ୍ରଥମ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଆରସିବି । ମାତ୍ରା ବିରାଟଙ୍କ ଏହି ଗେମ ପ୍ଲାନ ଏବେ ବିଫଳ ହୋଇଛି ।

IPL 2021, RCB vs KKR: ଆଇପିଏଲ 2021ରେ ଆଜି ପ୍ରଥମ ଡବଲ ହେର୍ଡର । ଆଇପିଏଲ 14 ସିଜିନର ସୁପର ସଣ୍ଡେରେ ଖେଳାଯାଉଛି ଦୁଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁକାବିଲା । କେକେଆର ବିପକ୍ଷ ପ୍ରଥମ ମୁକାବିଲାରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ଆରସିବି । ମାତ୍ରା ବିରାଟଙ୍କ ଏହି ଗେମ ପ୍ଲାନ ଏବେ ବିଫଳ ହୋଇଛି ।

RCB vs KKR

ଦଳ ଦୁଇ ମାତ୍ର 9ରନରେ ଦୁଇ ୱିକେଟ ହରାଇ ସାରିଛି । ଲାଗାତର ଦୁଇଟି ବିଜୟ ପାଇଥିବା ଆରସିବି ଆଜି ଆତ୍ମ ବିଶ୍ୱାସ ସହ ପଡିଆକୁ ଓହ୍ଲାଇଛି । ମାତ୍ର ଆରମ୍ଭରୁ ବିରାଟ କୋହଲି ବରୁଣ ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୁହରେ ଫସି ଯାଇଛନ୍ତି । 6 ବଲରୁ ମାତ୍ର 5 ରନ କରି ପାଭିଲିଅନ ଫେରିଛନ୍ତି ବିରାଟ । ସେହିପରି 3ୟ ସ୍ଥାନରେ ବ୍ୟାଟିଂ ଆସିଥିବା ରଜତ ପାଟିଦାର ମଧ୍ୟ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଛନ୍ତି । ଶେଷ ଅପଡେଟ ସୁଦ୍ଧା ଆରସିବି 6.2 ଓଭରରେ 2ଟି ୱିକେଟ ହରାଇ 46 ରନ କରିଛି ।

  • ଆରସିବି ଏକାଦଶ- ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡିକ୍କଲ, ରଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡି ଭିଲିୟର୍ସ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଶାହାବାଜ ଅହମ୍ମଦ, କାଇଲ୍ ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।
  • କେକେଆର ଏକାଦଶ- ନୀତୀଶ ରାଣା, ଶୁଭମାନ ଗିଲ, ରାହୁଲ ତ୍ରିପାଠୀ, ଇଓନ ମୋର୍ଗାନ (ଅଧିନାୟକ), ଶାକିବ ଅଲ ହାସନ, ଦିନେଶ କାର୍ତ୍ତିକ (ୱିକେଟକିପର), ଆଣ୍ଡ୍ରେ ରସେଲ, ପ୍ୟାଟ କମିନ୍ସ , ହରଭଜନ ସିଂ, ପ୍ରସାଦ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+