ଆଇପିଏଲ 2021: ଆରସିବିକୁ 9 ୱିକେଟରେ ହରାଇଲା କେକେଆର

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କୋଲକାତା ନାଇଟ୍ ରାଇଡର୍ସଠାରୁ 9 ୱିକେଟରେ ପରାସ୍ତ ହୋଇଛି ।

ଆବୁଧାବି: ଏହି ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ କୋଲକାତା ନାଇଟ୍ ରାଇଡର୍ସଠାରୁ 9 ୱିକେଟରେ ପରାସ୍ତ ହୋଇଛି । ଇଓଏନ୍ ମୋର୍ଗାନଙ୍କ ନେତୃତ୍ୱରେ କେକେଆର୍ ପ୍ଲେ ଅଫ୍ ପହଞ୍ଚିବା ପାଇଁ ଏହି ମ୍ୟାଚରୁ 7 ଟି ବିଜୟ ମଧ୍ୟରୁ 6 ଟି ଆବଶ୍ୟକ କରୁଥିବାବେଳେ ଆରସିବି ମାତ୍ର 3 ଟି ବିଜୟ ଆବଶ୍ୟକ କରୁଛି ।

RCB

ଏହି ମ୍ୟାଚରେ ଆରସିବି ନୈରାଶ୍ୟଜନକ ବ୍ୟାଟିଂ କରି ୧୯ ଓଭରରେ ମାତ୍ର ୯୨ ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ କେକେଆର୍ ୧୦ ଓଭରରେ ୧ ୱିକେଟ୍ ହରାଇ ୯୪ ରନ୍ କରି ବିଜୟୀ ହୋଇଛି। ଲକ୍ଷ୍ୟର ପିଛା କରୁଥିବା କେକେଆର୍ ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ଓପ୍ନର ଶୁବମନ୍ ଗିଲ୍ ଓ ଡେବ୍ୟୁଟାଣ୍ଟ ଭେଙ୍କଟେଶ ଆୟର୍ ପ୍ରଥମ ୱିକେଟ୍ ପାଇଁ ୮୨ ରନର ଭାଗିଦାରୀ କରିଥିଲେ। ଗିଲ୍ ୩୪ ବଲରେ ୬ ଚୌକା ଓ ୧ ଛକା ସହ ୪୮ ରନ୍ କରି ଆଉଟ୍ ହୋଇଥିଲେ। ଆୟର୍ ୨୭ ବଲରେ ୭ ଚୌକା ଓ ୧ ଛକା ସହ ୪୧ ରନ୍ କରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ମହମ୍ମଦ ସିରାଜ ଏକମାତ୍ର ୱିକେଟ୍ ନେଇଥିଲେ।

ଟସ ଜିତି ପ୍ରଥମେ ବ୍ୟାଟି କରିଥିବା ବିରାଟଙ୍କ ଦଳ ପ୍ରଥମରୁ ହିଁ ଅଧିନାୟକ ବିରାଟ କୋହଲିଙ୍କୁ ହରାଇ ବିପଦର ସମ୍ମୁଖୀନ ହୋଇଥିଲା । ତେବେ ଦେବୀଦତ୍ତ ପଲ୍ଲିକଲ ଓ ଶ୍ରୀକର ଭାରତ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ଦଳର ମଧ୍ୟକ୍ରମ ଓ ନିମ୍ନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ପରେ ଦଳ ୧୯ ଓଭରରେ ମାତ୍ର ୯୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନଥିଲେ । କୋଲକତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ଆନ୍ଦ୍ରେ ରସେଲ ୩ଟି ଲେଖାଏଁ ଓ ଫର୍ଗୁସନ ୨ଟି ଓ୍ୱିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+