ଆଇପିଏଲ 2021: ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଆଇପିଏଲ ଇତିହାସରେ ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ବସିଛି ଆରସିବି। ସେହିପରି 3ଟି ମ୍ୟାଚରୁ ଦୁଇଟି ବିଜୟ ପାଇ 2ୟ ସ୍ଥାନରେ ରହିଛି ଦିଲ୍ଲୀ ଦଳ ।

IPL 2021 Points Table: ରବିବାର ନିଜ ନିଜ ମ୍ୟାଚ୍‌ରେ ଉଲ୍ଲେଖନୀୟ ବିଜୟ ପଞ୍ଜିକରଣ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପଏଣ୍ଟ ଟେବୁଲରେ ନିଜର ଦବଦବା ଜାହିର କରିଛନ୍ତି । ଆଇପିଏଲ ଇତିହାସରେ ହ୍ୟାଟ୍ରିକ୍ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ବସିଛି ଆରସିବି। ସେହିପରି 3ଟି ମ୍ୟାଚରୁ ଦୁଇଟି ବିଜୟ ପାଇ 2ୟ ସ୍ଥାନରେ ରହିଛି ଦିଲ୍ଲୀ ଦଳ ।

RCB

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ଯଥାକ୍ରମେ 3ୟ ଓ 4ର୍ଥ ସ୍ଥାନରେ ରହିଛନ୍ତି । ମୁମ୍ବାଇ 3ଟି ମ୍ୟାଚରୁ ଦୁଇଟି ଓ ଚେନ୍ନାଇ ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏରେ ପରାଜୟ ପାଇଛି । ସେହିପରି ରାଜସ୍ଥାନ, କୋଲକତା ଓ ପଞ୍ଜାବ ଗୋଟିଏ ଲେଖାଏଁ ବିଜୟ ସହ ପଏଣ୍ଟ ତାଲିକାର ଯଥାକ୍ରମେ ପଞ୍ଚମ, ଷଷ୍ଠ , ଓ ସପ୍ତମ ସ୍ଥାନରେ ରହିଛନ୍ତି । ତେବେ ବିଜୟର ଖାତା ଖୋଲି ପାରିନଥିବା ତଥା ହ୍ୟାଟିକ୍ ପରାଜୟ ପାଇଥିବା ହାଇଦ୍ରବାଦ ଦଳ ପଏଣ୍ଟ ତାଲିକାର ଅଷ୍ଟମ ସ୍ଥାନରେ ରହିଛି ।

IPL 2021 Points Table

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ( ଆଇପିଏଲ 2021 ) ର ପ୍ରଥମ ଡବଲ୍ ହେଡର୍ ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବି ଚେନ୍ନାଇରେ କୋଲକାତା ନାଇଟ୍ ରାଇଡର୍ସକୁ 38ରନ ବ୍ୟବଧାନରେ ପରାସ୍ତ କରିଛି ।

ଇନିଂସରେ ଦୁଇଟି ପ୍ରାରମ୍ଭିକ ୱିକେଟ୍ ହରାଇବା ସତ୍ତ୍ୱେ ଆରସିବି ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲା। ଗ୍ଲେନ୍ ମ୍ୟାକ୍ସୱେଲ (78) ଏବଂ ଏବି ଡି ଭିଲିୟର୍ସ (76 *) କେକେଆର ବୋଲରମାନଙ୍କୁ ବିସ୍ଫୋରକ ପ୍ରହାର ଦେଇଥିଲେ । କୋହଲି ଆଣ୍ଡ କୋ ମୋଟ 204 ରନ କରିଥିଲେ । ଏହାର ଉତ୍ତରରେ, ଇଏନ୍ ମୋର୍ଗାନ ନେତୃତ୍ୱାଧୀନ ଦଳ 8 ୱିକେଟ ହରାଇ 166 ରନରେ ସୀମିତ ରହିଥିଲା ଏବଂ ମ୍ୟାଚକୁ 38 ରନରେ ହରିଥିଲା । ଲଗାତାର ତିନିଟି ବିଜୟ ସହିତ, RCB ବର୍ତ୍ତମାନ 6 ଟି ପଏଣ୍ଟ ଏବଂ ନେଟ ରନ୍ ହାର +0.750 ସହିତ ପ୍ରଥମ ସ୍ଥାନରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+