ଆଇପିଏଲ 2021: ଚେନ୍ନାଇରେ ହାଇଦ୍ରାବାଦର ହେଲା ସନରାଇଜ
ଚେନ୍ନାଇ: ଆଇପିଏଲ୍ 2021 ସିଜିନରେ ଆଜି ଅପରାହ୍ନରେ ହାଇଦ୍ରାବାଦର ହେଲା ସନରାଇଜ । ଚଳିତ ସିଜିନ ଦଳ ହାସଲ କଲା ପ୍ରଥମ ବିଜୟ । ବୋଲରଙ୍କ ମିଳିତ ପ୍ରୟାସ ପରେ ବେୟାରଷ୍ଟୋଙ୍କ ବିସ୍ଫୋରକ 63 ରନର ପାଳି ବଳରେ 9 ୱିକେଟରେ ମ୍ୟାଚ ଜିତିଲା ସନରାଇଜର୍ସ ହାଇଦ୍ରାବାଦ ।

ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବଦ ବୋଲରଙ୍କ ଘାତକ ବୋଲିଂ ଆଟାକ ଆଗରେ 19.4 ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର 120ରନ କରି ପାରିଥିଲା ପଞ୍ଜାବ କିଙ୍ଗ୍ସ । ତେବେ ମାତ୍ର ଗୋଟିଏ ୱିକେଟ ହରାଇ 18.4 ଓଭରରେ ଏହି ସହଜ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି ଅରେଞ୍ଜ ଆର୍ମି ।
ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ ୱାର୍ଣ୍ଣର 37 ରନ ପାଳି ଖେଳିଥିବା ବେଳେ ଜନ୍ନି ବେୟାରଷ୍ଟୋ ଅପରାଜିତ 63 ଓ କେନ ଉଇଲିୟମସନ ଅପରାଜିତ 16ରନ ବିଜୟୀ ପାଳି ଖେଳିଛନ୍ତି ।
ସେହିପରି ପ୍ରଥମେ ବ୍ୟାଟିଂ କରିଥିବ ପଞ୍ଜାବ ପାଇଁ ମୟଙ୍କ ଅଗ୍ରୱାଲ ଏବଂ ଶାହରୁଖ ଖାନ ସର୍ବାଧିକ 22 ରନ ଲେଖାଏଁ ସ୍କୋର କରିଛନ୍ତି । ହାଇଦ୍ରାବାଦର ଖାଲିଲ ଅହମ୍ମଦ 3 ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ଶର୍ମା 2 ୱିକେଟ୍ ନେଇଛନ୍ତି। ଶେଷ ଓଭର ବୋଲିଂ କରିବାକୁ ଆସିଥିବା ବିଜୟ ଶଙ୍କରଙ୍କ ବ୍ୟତୀତ ସମସ୍ତ ବୋଲର ୱିକେଟ୍ ନେଇଥିଲେ।


Click it and Unblock the Notifications