ଆଇପିଏଲ 2021: ଗେଲ୍-ରାହୁଲ୍ ରଚିପାରନ୍ତି ଏହି ବଡ ରେକର୍ଡ
କେଏଲ ରାହୁଲଙ୍କୁ ଆଇପିଏଲରେ 3000 ରନ୍ ପୂରଣ କରିବାକୁ 22 ରନ୍ ଆବଶ୍ୟକ ।
PBKS vs RR Stats and Records: ଆଇପିଏଲ 2021ର 32 ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ (RR) ଏବଂ ପଞ୍ଜାବ କିଙ୍ଗ୍ସ (PBKS) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଦୁବାଇ ଗ୍ରାଉଣ୍ଡରେ ଖେଳାଯିବ । ଉଭୟ ଦଳ ବଟମ-4 ରେ ଅଛନ୍ତି । ତେଣୁ ଏହି ମ୍ୟାଚ୍ ଉଭୟଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

ରାଜସ୍ଥାନ ରୟାଲ୍ସ ଦଳ ଆଇପିଏଲର ପ୍ରଥମ ପର୍ଯ୍ୟାୟରେ ତିନିଟି ମ୍ୟାଚ୍ ଜିତି ଚାରିଟି ମ୍ୟାଚ୍ ହାରିଥିଲା। ଫଳରେ ଦଳ ଏବେ ପଏଣ୍ଟ ତାଲାକର ଷଷ୍ଠ ସ୍ଥାନର ରହିଛି । ସେହିପରି ଆଠ ମ୍ୟାଚରୁ ତିନୋଟି ବିଜୟ ଓ 5ଟି ପରାଜୟ ସହ ପଏଣ୍ଟ ତାଲିକାର 7ମ ସ୍ଥାନରେ ରହିଛି ପଞ୍ଜାବ ।
ଆଜି ମ୍ୟାଚର ଷ୍ଟାର୍ଟସ ଆଟାକ୍
- - କେଏଲ ରାହୁଲଙ୍କୁ ଆଇପିଏଲରେ 3000 ରନ୍ ପୂରଣ କରିବାକୁ 22 ରନ୍ ଆବଶ୍ୟକ ।
- - କେଏଲ ରାହୁଲଙ୍କୁ ଆଇପିଏଲରେ 100 ଛକା ପହଞ୍ଚିବା ପାଇଁ 4 ଟି ଛକା ଆବଶ୍ୟକ ।
- - କ୍ରିସ୍ ଗେଲଙ୍କୁ 5000 ଆଇପିଏଲ୍ ରନ୍ ପୂରଣ କରିବାକୁ 10 ରନ୍ ଆବଶ୍ୟକ । 5000 ଆଇପିଏଲ୍ ରନ୍ ପୂରଣ କରିବାରେ ସେ ସପ୍ତମ ଖେଳାଳି ହେବେ ।
- - ମୟଙ୍କ ଅଗ୍ରୱାଲଙ୍କୁ ଆଇପିଏଲରେ 2000 ରନ୍ ପୂରଣ କରିବା ପାଇଁ 46 ରନ୍ ଆବଶ୍ୟକ ।
- - ଶ୍ରେୟସ୍ ଗୋପାଳଙ୍କୁ ଆଇପିଏଲରେ 50 ୱିକେଟ୍ ପୂରଣ କରିବା ପାଇଁ ଦୁଇଟି ୱିକେଟ୍ ଆବଶ୍ୟକ ।
- - ଆଇପିଏଲ 2021: 0, 0, 9, 0, 0, 19, 0 ରେ ନିକୋଲାସ୍ ପୁରାନ୍ ସ୍କୋର |












Click it and Unblock the Notifications