ଆଇପିଏଲ 2021: ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ
ମ୍ୟାଚ ପୂର୍ବରୁ ଟସ ଜିତି ପିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଛି ମୁମ୍ବାଇ ।
ଚେନ୍ନାଇ: ଆଜି ଆଇପିଏଲ 2021ରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟୁଛି ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ଅଧିନାୟକ କେଏଲ ରାହୁଲ । ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ପାଇଛି ମୁମ୍ବାଇ ।

ତେବେ ଦୁଇ ଦଳ ନିଜ ନିଜର ଶେଷ ମ୍ୟାଚ ହାରି ଆସିଥିବା ବେଳେ ଆଜିର ମ୍ୟାଚ ଦୁଇ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ମୁମ୍ବାଇ ଗତ ମ୍ୟାଚର ଏକାଦଶକୁ ଦୋହରାଇ ଥିବାବେଳେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଛି । ମୁରୁଗାନ ଅଶ୍ବିନଙ୍କ ସ୍ଥାନରେ ଦଳକୁ ଫେରିଛନ୍ତି ରବି ବିଷ୍ଣୋଇ ।
- ମୁମ୍ବାଇ ଇଣ୍ଡିଆନ୍ସ ଚୁଡାନ୍ତ ଏକାଦଶ: କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜୟନ୍ତ ଯାଦବ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
- ପଞ୍ଜବା କିଙ୍ଗ୍ସ ଚୁଡାନ୍ତ ଏକାଦଶ: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ନିକୋଲାସ୍ ପୁରାନ, ମୋଇସ୍ ହେନ୍ରିକ୍ସ, ଦୀପକ ହୁଡ୍ଡା, ଶାହରୁଖ ଖାନ, ଫାବିଆନ୍ ଆଲେନ୍, ଏରବି ବିଷ୍ଣୋଇ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।












Click it and Unblock the Notifications