ଆଇପିଏଲ 2021: ଆଜି ମୁମ୍ବାଇକୁ ଭେଟିବ ପଞ୍ଜାବ
ଆଜି ଆଇପିଏଲ 2021ରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟୁଛି ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଆଜି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇକୁ ତାର ବ୍ୟାଟିଂ ତ୍ରୁଟି ଉପରେ ଧ୍ୟାନ ଦେବାକୁ ପଡିବ ।
ନୂଆଦିଲ୍ଲୀ: ଆଜି ଆଇପିଏଲ 2021ରେ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟୁଛି ପଞ୍ଜାବ କିଙ୍ଗ୍ସ । ଏହି ମ୍ୟାଚ୍ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ । ତେବେ ଆଜି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇକୁ ତାର ବ୍ୟାଟିଂ ତ୍ରୁଟି ଉପରେ ଧ୍ୟାନ ଦେବାକୁ ପଡିବ । ସେହିପରି ଲଗାତର ଦୁଇଟି ମ୍ୟାଚ ହାରି ସାରିଥିବା ପଞ୍ଜାବ ଦଳ ମଧ୍ୟ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚାହିଁବ ।

1. ମୁମ୍ବାଇ ଇଣ୍ଡିଆନ୍ସ
ମୁମ୍ବାଇ ଇଣ୍ଡିଆନ୍ସ ବିଷୟରେ କହିବାକୁ ଗଲେ ଏହି ଦଳ ଦିଲ୍ଲୀ ବିପକ୍ଷ ବିପକ୍ଷ ଶେଷ ମ୍ୟାଚ୍ ହାରିଛି । ମୁମ୍ବାଇ ଇଣ୍ଡିଆନ୍ସ ବୋଲରମାନେ ତଥାପି ଚେଷ୍ଟା କରିଛନ୍ତି ଏବଂ ଦଳକୁ ଦୁଇଟି ମ୍ୟାଚ ଜିତାଇଛନ୍ତି । କିନ୍ତୁ ବ୍ୟାଟ୍ସମ୍ୟାନ୍ସ 4ଟି ମ୍ୟାଚରେ ବିଫଳ ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶନ ଖରାପ ଫର୍ମ ଜାରି ରଖିଛନ୍ତି । କିରନ୍ ପୋଲାର୍ଡ, ହାର୍ଦ୍ଦିକ ଏବଂ କୁନାଲ ପାଣ୍ଡ୍ୟାଙ୍କ ମଧ୍ୟ ପୂର୍ବ ପରି ଲୟରେ ନଜର ଆସୁ ନାହାନ୍ତି ।
2. ପଞ୍ଜାବ କିଙ୍ଗ୍ସ
ପଞ୍ଜାବ କିଙ୍ଗ୍ସକୁ ଦେଖିଲେ ଲାଗୁ ନାହିଁ ଯେ ସେମାନେ ଏହି ସିଜିନ ଜିତିବାକୁ ଯାଉଛନ୍ତି। 120 ରନରେ ଆଲଆଉଟ କରି ସନରାଇଜର୍ସ ହାଇଦ୍ରାବାଦ ସେମାନଙ୍କୁ ଚକମା ଦେଇଥିଲା । ଏହି ଦଳ ରାଜସ୍ଥାନ ରୟାଲ୍ସ ପରି ଦେଖାଯାଉଛି । ଯାହା ପ୍ଲେ ଅଫ୍ ରେ ପହଞ୍ଚିବା ପାଇଁ ବୋଧହୁଏ ସଂଘର୍ଷ କରିବ । ନିକୋଲାସ୍ ପୁରାନ୍ ଏପର୍ଯ୍ୟନ୍ତ କିଛି କରିପାରିନଥିବା ବେଳେ କ୍ରିସ୍ ଗେଲ୍ ବହୁତ ଭଲ ବ୍ୟାଟିଂ କରିବାରେ ସକ୍ଷମ ହୋଇନାହାଁନ୍ତି। ଦୀପକ ହୁଡାଙ୍କର ସାମର୍ଥ୍ୟ ଅଛି କିନ୍ତୁ ନିରନ୍ତରତା ନାହିଁ । କେଏଲ୍ ରାହୁଲ ଏକୁଟିଆ କାମ କରି ପାରିବେ ନାହିଁ। ଦଳ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାଇ ରିଚାର୍ଡସନ ଏବଂ ରେଲି ମେରିଡିଟ ଉଭୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ପଞ୍ଜାବ ଦଳ ମୁରୁଗାନ୍ ଅଶ୍ୱିନଙ୍କ ସ୍ଥାନରେ ପ୍ରତିଭାବାନ ଖେଳାଳି ରବି ବିଷ୍ଣୁଙ୍କୁ ମଧ୍ୟ ଖେଳାଇ ପାରିବେ । କ୍ରିସ୍ ଜୋର୍ଡାନ ପରି ଜଣେ ଭେଟେରାନ ଖେଳାଳିଙ୍କୁ ସେମାନଙ୍କ ଏକାଦଶ ଖେଳିବାରେ ସ୍ଥାନ ଦେଇପାରିବେ।
ଦୁଇ ଦଳ ସାମ୍ଭାବ୍ୟ ଏକାଦଶ
- MI: କ୍ୱିଣ୍ଟନ୍ ଡି କକ୍, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ଜୟନ୍ତ ଯାଦବ / ଜେମ୍ସ ନିଶାମ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
- PBKS: କେଏଲ୍ ରାହୁଲ, ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ନିକୋଲାସ୍ ପୁରାନ୍ / ଡେଭିଡ୍ ମାଲାନ୍, ମୋଇସ୍ ହେନ୍ରିକ୍ସ, ଦୀପକ ହୁଡା, ଶାହରୁଖ ଖାନ, ଫାବିଆନ୍ ଆଲେନ୍, ଏମ୍ ଅଶ୍ୱିନ୍ / ରବି ବିଷ୍ଣୁ, ମହମ୍ମଦ ଶାମି, ଅର୍ଶଦୀପ ସିଂ ।












Click it and Unblock the Notifications