Get Updates
Get notified of breaking news, exclusive insights, and must-see stories!

ଆଇପିଏଲ୍ ମଝିରେ ଏମ୍ଏସ୍ ଧୋନିଙ୍କୁ ବଡ ଝଟକା : ହସ୍ପିଟାଲରେ ଭର୍ତ୍ତି ହେଲେ ବାପା-ମା'

ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ମାତା ତଥା ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି

ରାଞ୍ଚି : ପୂର୍ବତନ ଟିମ୍ ଇଣ୍ଡିଆ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ମାତା ତଥା ପିତା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଧୋନି ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି । ବୁଧବାର ମହେନ୍ଦ୍ର ସିଂ ଧୋନିଙ୍କ ପିତା ପାନ ସିଂ ଏବଂ ତାଙ୍କ ମାତା ଦେବିକା ଦେବୀଙ୍କୁ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
NBT ଅନୁଯାୟୀ, ଧୋନିଙ୍କ ପିତାମାତାଙ୍କ ଅବସ୍ଥା ସ୍ୱାଭାବିକ ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କର ଅକ୍ସିଜେନ୍ ଲେବଲ୍ ଭଲ ଅଛି । ପଲ୍ସ୍ ସୁପର ସ୍ପେସିଆଲିଟି ହସ୍ପିଟାଲ ଅନୁଯାୟୀ ଉଭୟଙ୍କ ସଂକ୍ରମଣ ଫୁସଫୁସରେ ପହଞ୍ଚି ନାହିଁ । ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ କିଛି ଦିନ ମଧ୍ୟରେ ଉଭୟ ଧୋନିଙ୍କ ମା ଏବଂ ବାପା ସୁସ୍ଥ ରହିବେ ଏବଂ ସଂକ୍ରମଣମୁକ୍ତ ହେବେ ।

ଏମଏସ ଧୋନୀ

ଏଠାରେ ସୂଚନାଥାଉକି, ଧୋନିଙ୍କ ପିତା ପାନ ସିଂ 1964 ମସିହାରେ ରାଞ୍ଚିର ମେକନରେ କନିଷ୍ଠ ଚାକିରି ପାଇବା ପରେ ଝାଡଖଣ୍ଡରେ ରହି ଆସୁଛନ୍ତି । ଅପରପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2 ଲକ୍ଷ 95 ହଜାରରୁ ଅଧିକ ନୂଆ କରୋନା ମାମଲା ଆସିଛି ଏବଂ 2 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏପ୍ରିଲ 22 ରୁ ସକାଳ 6:00 ରୁ 29 ଏପ୍ରିଲ ସକାଳ 6:00 ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ନେଇ କଟକଣା ଜାରି କରିଛନ୍ତି । ଝାରଖଣ୍ଡରେ କରୋନା ସଂକ୍ରମଣର ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ମଙ୍ଗଳବାର ଝାରଖଣ୍ଡରେ 4969 ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା 172315 କୁ ବୃଦ୍ଧି ପାଇଛି । ରାଞ୍ଚିରେ ସର୍ବାଧିକ 1703 ନୂତନ ସଂକ୍ରମଣ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+