For Quick Alerts
Turn On Notification  
For Daily Alerts
Oneindia App Download

IPL 2021, MI vs SRH: ମୁମ୍ବାଇକୁ 150 ରନରେ ରୋକିଲା ହାଇଦ୍ରାବାଦ୍

ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 150 ରନ କରିଛି ମୁମ୍ବାଇ । ଫଳରେ ଚଳିତ ସିଜିନ ପ୍ରଥମ ବିଜୟ ପାଇଁ ହାଇଦ୍ରାବଦ ଆଗରେ 151 ରନ ବିଜୟ ଲକ୍ଷ୍ୟ ରହିଛି ।

|

IPL 2021, MI vs SRH match report: ଆଜି ଆଇପିଏଲ 2021ର 9ମ ମ୍ୟାଚ ଚେନ୍ନାଇର ଏମଏ ଚିତାମ୍ବରମ ଷ୍ଟାଡିମୟରେ ଖେଳାଯାଉଛି । ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟୁଛି ଗତ ଦୁଇଟି ମ୍ୟାଚରେ ପରାଜୟର ସ୍ବାଦ ଚାଖିଥିବା ସନରାଇଜର୍ସ ହାଇଦ୍ରାବାଦ । ତେବେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ଆଉ ଯାହାର ଫାଇଦା ଉଠାଇଛନ୍ତି ହାଇଦ୍ରାବାଦୀ ବୋଲର ।

SRH

ସ୍ପିନିଂ ଟ୍ରାକ୍ ପାଇଁ ଜଣାଶୁଣା ଚେପକ୍ ପିଚର ଫାଇଦା ଉଠାଇଛନ୍ତି ଅରେଞ୍ଜ ଆର୍ମି । ପ୍ରଥମେ ବ୍ୟାଟଂ କରୁଥିବା ମୁମ୍ବାଇର ଭଲ ଆରମ୍ଭ ସତ୍ତ୍ବେ ମଧ୍ୟ ବଡ ସ୍କୋର ଠିଆ କରି ପାରିନି ଡିଫେଣ୍ଡିଂ ଚମ୍ପିଆନ । ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ ହରାଇ 150 ରନ କରିଛି ମୁମ୍ବାଇ । ଫଳରେ ଚଳିତ ସିଜିନ ପ୍ରଥମ ବିଜୟ ପାଇଁ ହାଇଦ୍ରାବଦ ଆଗରେ 151 ରନ ବିଜୟ ଲକ୍ଷ୍ୟ ରହିଛି ।

ଦଳ ପାଇଁ ଓପନିଂ କରି ଅଧିନାୟକ ରୋହିତ ଶର୍ମା (32) ଓ କ୍ବାଣ୍ଟିନ ଡିକକ୍(40) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହା ଧିମା ଥିଲା । ମୁମ୍ବାଇ 55 ରନରେ ତାର ପ୍ରଥମ ୱିକେଟ ହରାଇଥିଲା । ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ (10) ଓ ଇଶାନ କିଷାନ (12) ଫେଲ ମାରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ 7 ରନ କରି ପାଭିଲିଅନ ଫେରିଥିଲେ । ଅନ୍ୟପକ୍ଷରେ କରଣ ପୋଲାର୍ଡଙ୍କ 35 ରନ ପାଳି ପାଇଁ ମୁମ୍ବାଇ ଏହି ସ୍କୋର କରିବାକୁ ସକ୍ଷମ ହୋଇଛି ।

ସେପଟେ ହାଇଦ୍ରାବାଦ ଦଳ ପାଇଁ ମୁଜିବ୍ ଉର ରେହମାନ ଓ ବିଜୟ ଶଙ୍କର ଦୁଇଟି ୱିକେଟ ନେଇଥିବା ବେଳେ ଖଲ୍ଲିଲ ଅହମ୍ମଦ ଗୋଟିଏ ୱିକେଟ ନେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
IPL 2021, MI vs SRH: Hyderabad blocked Mumbai in150 runs
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X