ଆଇପିଏଲ୍ 2021: ରାଜସ୍ଥାନକୁ 7 ୱିକେଟରେ ପରାସ୍ତ କଲା ମୁମ୍ବାଇ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2021) ର 24 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରି ଏକ ସହଜ ବିଜୟ ପଞ୍ଜିକରଣ କରିଛି ।

IPL 2021, MI vs RR: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2021) ର 24 ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ପରାସ୍ତ କରି ଏକ ସହଜ ବିଜୟ ପଞ୍ଜିକରଣ କରିଛି । ଓପନର୍ କ୍ୱିଣ୍ଟନ୍ ଡି କକ୍ ବିଜୟ ପାଳି ଖେଳି 50 ବଲରୁ ଅପରାଜିତ 70 ସ୍କୋର କରିଥିଲେ । ଏଥିରେ ସାମିଲ ଥିଲା 6ଟି ଚୌକା ଏବଂ 2 ଛକା ।

Mumbai Indians

6 ଟି ମ୍ୟାଚରେ ଏହା ମୁମ୍ବାଇର ତୃତୀୟ ବିଜୟ ହୋଇଥିବାବେଳେ ରାଜସ୍ଥାନ ଦଳର ଏହା ଚତୁର୍ଥ ପରାଜୟ ହୋଇଛି । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭରରେ 4 ୱିକେଟ୍ ପାଇଁ 171 ରନ୍ ସଂଗ୍ରହ କରି ମୁମ୍ବାଇକୁ 172 ରନର ବିଜୟ ଲକ୍ଷ୍ଯ ଦେଇଥିଲା । ମୁମ୍ବାଇ ଏହି ସ୍କୋରକୁ ସହଜରେ ପିଛା କରି 18.3 ଓଭରରେ 3 ୱିକେଟ୍ ହରାଇ ହାସଲ କରି ନେଇଥିଲା ।

ମୁମ୍ବାଇ ପାଇଁ କ୍ୱିଣ୍ଟନ୍ ଡି କକ୍ 50 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ। କ୍ରୁନାଲ ପାଣ୍ଡ୍ୟା ମଧ୍ୟ 39 ରନ୍ ସଂଗ୍ରହ କରିଥିଲେ। ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ମଧ୍ୟ ଯଥାକ୍ରମେ 14 ଓ 16 ସ୍କୋର କରିଥିଲେ। କିରଣ ପୋଲାର୍ଡ ଅପରାଜିତ 16 ରନ ସ୍କୋର କରିଥିଲେ। ରାଜସ୍ଥାନରୁ କ୍ରିସ୍ ମୋରିସ ସର୍ବାଧିକ 2ଟି ୱିକେଟ୍ ନେଇଥିବାବେଳେ ମୁସ୍ତାଫିଜୁର ରହମାନ ଗୋଟିଏ ୱିକେଟ୍ ନେଇଛନ୍ତି।

ଏହାପୂର୍ବରୁ ରାଜସ୍ଥାନ ରୟାଲ୍ସ 172 ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜୋସ୍ ବଟଲର୍ 32 ବଲରେ 42 ରନ୍ ସଂଗ୍ରହ କରିଥିବାବେଳେ ଯଶସ୍ୱୀ ଜସୱାଲ 20 ବଲରେ 32 ରନ୍ ସଂଗ୍ରହ କରିଥିଲେ। ସଞ୍ଜୁ ସାମସନ 27 ବଲରେ 42 ରନ୍ ସଂଗ୍ରହ କରିଥିବାବେଳେ ଶିବମ୍ ଦୁବେ 31 ବଲରେ 35 ରନ୍ ସଂଗ୍ରହ କରିଥିଲେ। ରାହୁଲ ଚହର 33 ରନ୍ ପାଇଁ 2 ୱିକେଟ୍ ନେଇଥିବାବେଳେ ଟ୍ରେଣ୍ଟ ଏବଂ ଜସପ୍ରୀତ ବୁମ୍ରା 1-1 ୱିକେଟ୍ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+