MI vs RCB: ଆରସିବିଠୁ ମୁମ୍ବାଇର ଆଇପିଏଲ ଅଭିଯାନ ଆରମ୍ଭ
କରୋନା ମହାମାରୀ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଶୁକ୍ରବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ଚେନ୍ନାଇ ସ୍ଥିତ ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।
mi vs rcb match preview: ପ୍ରାୟ ଠିକ୍ 5 ମାସ ପରେ ଆରମ୍ଭ ହେବାକୁ ଯାଉଛି ବିଶ୍ବର ବିତ୍ତଶାଳୀ କ୍ରିକେଟ ଲିଗ୍ ଆଇପିଏଲ । କରୋନା ମହାମାରୀ ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ (MI) ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଶୁକ୍ରବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ । ଚେନ୍ନାଇ ସ୍ଥିତ ଏମ. ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।
ତେବେ ଉଭୟ ଦଳ ଚଳିତ ଥର ମଧ୍ୟ କିଛି ନା କିଛି ସମସ୍ୟା ଦେଇ ଗତି କରୁଛନ୍ତି । ଆରସିବିର ଡାନିଏଲ୍ ସାମ୍ସ ଏବଂ ଦେବଦତ୍ତ ପାଦିକ୍କାଲ କରୋନା ଭାଇରସର ଶୀକାର ହୋଇଛନ୍ତି। ଯଦିଓ ମ୍ୟାଚରେ ପାଦିକ୍କଲ ପଡ଼ିଆକୁ ଫେରିଥିବାର ନଜର ଆସବେ ମାତ୍ର ସାମ୍ସ ଏପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାଁନ୍ତି। ସେହିପରି ଆଡାମ ଜାମ୍ପା ମଧ୍ୟ ପ୍ରଥମ ମ୍ୟାଚରେ ଉପଲବ୍ଧ ହେବେ ନାହିଁ |

ସେହିପରି ମୁମ୍ବାଇ ଦଳ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ୍ ଡି କକ୍ ମଧ୍ୟ ପ୍ରଥମ ମ୍ୟାଚ ଖେଳିପାରିବେ ନାହିଁ । କାରଣ ପାକିସ୍ତାନ ବିପକ୍ଷ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ମଧ୍ୟଭାଗରୁ ଫେରିବା ପରେ କ୍ୱାଣ୍ଟିନ୍ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି । ମାତ୍ର ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ହାତରେ ଅନେକ ବିକଳ୍ପ ରହିଛି ।
ଖେଳ ବିବରଣୀ
- ମ୍ୟାଚ୍- ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମ୍ୟାଚ ନଂ-1
- ସ୍ଥାନ - ଏମ ଚିଦାମ୍ବରମ୍ ଷ୍ଟାଡିୟମ୍, ଚେନ୍ନାଇ
- ସମୟ - ସନ୍ଧ୍ୟା 7:30
ପିଚ୍ ରିପୋର୍ଟ
ଚେପାକରେ ଥିବା ପିଚ୍ ବର୍ଷ ବର୍ଷ ଧରି ସ୍ପିନରମାନଙ୍କୁ ବହୁ ପରିମାଣରେ ସାହାଯ୍ୟ କରିଛି । ତେଣୁ ଏହି ପିଚରେ ବ୍ୟାଟିଂ ଏତେ ସହଜ ହୋଇ ନପାରେ । ପ୍ରଥମେ ଫିଲ୍ଡିଂ କରିବା ଏବଂ ପିଚ୍ କିପରି ବ୍ୟବହାର କରେ ତାହା ଜାଣିବା ଦଳଗୁଡିକ ପାଇଁ ଉଚିତ୍ । ଶୁକ୍ରବାର ତାପମାତ୍ରା ପ୍ରାୟ 31 ଡିଗ୍ରୀ ସେଲସିୟସ୍ ରହିବା ସହ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ ।
ହେଡ଼ ଟୁ ହେଡ଼ ରେକର୍ଡ

ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୋଟ 29ଟି ମ୍ୟାଚରୁ 19ଟି ମ୍ୟାଚ ଉପରେ କବଜା କରିଛି ମୁମ୍ବାଇ । ଆଉ ଯେଉଁଠି 10 ମ୍ୟାଚ ଜିତିଛି ବିରାଟ ସେନା ଆରସିବି । ସେହିପରି ନିରପକ୍ଷ ଭେନ୍ୟୁରେ ଖେଳାଯାଇଥିବା 10ଟି ମ୍ୟାଚରୁ ମୁମ୍ବାଇ 5ଟି ମ୍ୟାଚ ଜିତିଥିବା ବେଳେ ବେଙ୍ଗାଲୁରୁ ମଧ୍ୟ ସମାନ 5ଟି ମ୍ୟାଚ ଜିତିଛି ।
- ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଶାନ୍ (ୱିକେଟକିପର), କିରନ୍ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, ନାଥାନ୍ କୁଲଟର ନାଇଲ / ପୀୟୁଷ ଚାୱଲା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜସପ୍ରୀତ ବୁମରା ।
- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ଭାବ୍ୟ ଏକାଦଶ: ଦେବଦତ୍ତ ପାଦିକ୍କାଲ, ବିରାଟ କୋହଲି (ଅଧିନାୟକ), ଏବି ଡିଭିଲିୟର୍ସ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ, ରଜତ ପାଟିଦାର / ମହମ୍ମଦ ଅଜହରୁଦ୍ଦିନ, ସଚିନ ବେବି / ସୁଆଶ ପ୍ରଭୁଦେସାଇ, ଡାନିଏଲ ଖ୍ରୀଷ୍ଟିଆନ, ୱାଶିଂଟନ ସୁନ୍ଦର, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ, କାଇଲ ଜାମିସନ/କେନ ରିଚାର୍ଡସନ ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications