ଆଇପିଏଲ 2021: ବିନା କୌଣସି ମ୍ୟାଚ ଖେଳି ଭାରତ ଫେରିଲେ କୁଳଦୀପ ଯାଦବ
କୋଲକାତା ନାଇଟ୍ ରାଇଡର୍ସ ସ୍ପିନର କୁଲଦୀପ ଯାଦବଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ ଲିଗରୁ ବାଦ୍ ପଡି ୟୁଏଇରୁ ଭାରତ ଫେରିଛନ୍ତି।
ନୂଆଦିଲ୍ଲୀ: ୟୁଏଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 14 ତମ ସିଜିନ୍ ଖେଳାଯାଉଛି । ଯେଉଁଥିରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଇଥିବା 3 ଟି ମ୍ୟାଚ ମଧ୍ୟରୁ 2 ଟି ଜିତିଛି । ଏହି ସମୟରେ କୋଲକାତା ନାଇଟ୍ ରାଇଡର୍ସ ଦଳର ଚାଇନାମ୍ୟାନ ସ୍ପିନର କୁଳଦୀପ ଯାଦବଙ୍କ ବିଦାୟ ନେଇ ଖବର ସାମ୍ନାକୁ ଆସିଛି । ସେ ୟୁଏଇରୁ ଏବେ ଭାରତ ଫେରିଛନ୍ତି।

ତେବେ କୁଲଦୀପ ଯାଦବ ନିଶ୍ଚିତ ଭାବରେ କେକେଆର ଦଳରେ ଅଛନ୍ତି । କିନ୍ତୁ ଗତ ସିଜିନରୁ ସେ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇନାହାଁନ୍ତି । ଏମିତି ସେ ଭାରତରେ ଖେଳାଯାଇଥିବା ପ୍ରଥମ ଅଂଶରେ ବି ଗୋଟିଏ ମ୍ୟାଚରେ ସ୍ଥାନ ପାଇନଥିଲେ ଏବଂ ବର୍ତ୍ତମାନ ଖେଳାଯାଉଥିବା ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ବାହାରେ ଅଛନ୍ତି। ତେବେ ୟୁଏଇରେ ସେ କୌଣସି ମ୍ୟାଚ୍ ନ ଖେଳି ଭାରତ ଫେରିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କୋଲକାତା ନାଇଟ୍ ରାଇଡର୍ସ ସ୍ପିନର କୁଲଦୀପ ଯାଦବଙ୍କ ଆଣ୍ଠୁରେ ଆଘାତ ଲାଗିଛି । ଯେଉଁଥିପାଇଁ ସେ ଲିଗରୁ ବାଦ୍ ପଡି ୟୁଏଇରୁ ଭାରତ ଫେରିଛନ୍ତି। ଭାରତକୁ ଫେରିବା ପରେ କୁଲଦୀପ ଯାଦବ ମୁମ୍ବାଇରେ ପହଞ୍ଚି ଆଣ୍ଠୁରେ ଅସ୍ତ୍ରୋପଚାର କରିଥିଲେ। ଏହି କାରଣରୁ କୁଲଦୀପ ଯାଦବ କେବଳ ଆଇପିଏଲରୁ ବାଦ୍ ପଡି ନାହାଁନ୍ତି ବରଂ କ୍ରିକେଟ୍ ପଡ଼ିଆକୁ ଫେରିବା ପାଇଁ ତାଙ୍କୁ ଅତି କମରେ 6 ମାସ ସମୟ ଲାଗିପାରେ।
ସୂଚନାଯୋଗ୍ୟ ଯେ ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳ ସହ ଖେଳୁଥିବା ଦେଖିବାକୁ ମିଳିଥିଲା ଏବଂ ଆଇପିଏଲରେ ଦଳ ସହ ୟୁଏଇରେ ପହଞ୍ଚିଥିଲା। ଏଭଳି ପରିସ୍ଥିତିରେ, ସେ ଇଓଏନ୍ ମୋର୍ଗାନଙ୍କ ନେତୃତ୍ୱରେ ଦଳରେ ସୁଯୋଗ ପାଇପାରି ନଥିଲେ ।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ମନୋନୀତ ହୋଇ ନ ଥିବାରୁ କୁଲଦୀପ ଯାଦବ କୋଲକାତା ନାଇଟ୍ ରାଇଡର୍ସ ଦଳ ପରିଚାଳନା ଏବଂ ମୋର୍ଗାନ ଉପରେ ପ୍ରଶ୍ନ ଉଠାଇଥିଲେ। ଅନ୍ୟପକ୍ଷରେ କୁଲଦୀପ ଯାଦବଙ୍କୁ ଏକ ଦୀର୍ଘ ପୁନର୍ବାସ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ। ରିପୋର୍ଟ ଅନୁଯାୟୀ, ମୁମ୍ବାଇରେ ଅସ୍ତ୍ରୋପଚାର ପରେ କୁଲଦୀପ ଯାଦବ ସୁସ୍ଥ ହେବା ପାଇଁ 4-6 ମାସ ସମୟ ଲାଗିପାରେ।












Click it and Unblock the Notifications