ମୁମ୍ବାଇକୁ 155 ରନରେ ରୋକିଲା କେକେଆର...
କେକେଆର ଆଗରେ 156ରନ ବିଜୟ ଲକ୍ଷ୍ୟ । ମୁମ୍ବାଇକୁ 155 ରନରେ ରୋକିଲା କେକେଆର ।
ଆବୁଧାବି: କେକେଆର ଆଗରେ 156ରନ ବିଜୟ ଲକ୍ଷ୍ୟ । ମୁମ୍ବାଇକୁ 155 ରନରେ ରୋକିଲା କେକେଆର । ମୁମ୍ବାଇ ପକ୍ଷରୁ କ୍ୱଣ୍ଟିନ ଡି କକ୍ ସର୍ବାଧିକ 55 ରନ ଓ ରୋହିତ ଶର୍ମା 33 ରନ କରିଛନ୍ତି ।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ କେକେଆର୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ମୁମ୍ବାଇକୁ ଜବରଦସ୍ତ ଆରମ୍ଭ ଦେଇଥିଲେ କ୍ୟାପଟେନ୍ ରୋହିତ୍ ଶର୍ମା ଓ ଡି'କକ୍। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୭୮ ରନର ବଡ଼ ଭାଗିଦାରୀ କରିଥିଲେ। କମବ୍ୟାକ୍ ମ୍ୟାଚରେ ରୋହିତ ଜବରଦସ୍ତ ବ୍ୟାଟିଂ କରିଥିଲେ। ରୋହିତ୍ ୩୦ ବଲରେ ୪ ଚୌକା ସହ ୩୩ ରନ୍ କରି ସୁନୀଲ ନରିନଙ୍କ ଶିକାର ହୋଇଥିଲେ।
ସୂର୍ଯ୍ୟକୁମାର ଯାଦବ ନିରାଶ କରିଥିଲେ ଏବଂ ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରିଥିଲେ। ଡି'କକ୍ ୩୭ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। କିନ୍ତୁ ସେ ନିଜ ସ୍କୋରକୁ ଆଗକୁ ବଢ଼ାଇପାରିନଥିଲେ। ଡି'କକ୍ ବ୍ୟକ୍ତିଗତ ୫୫ ରନ୍ କରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ହୋଇଥିଲେ। ଡି'କକଙ୍କ ଆଉଟ୍ ପରେ ମୁମ୍ବାଇର ରନ୍ ଗତି କମିବା ସହ ବଡ଼ ସ୍କୋର ଆଶା ମଧ୍ୟ ଧୂଳିସାତ୍ ହୋଇଯାଇଥିଲା।
ଈଶାନ୍ କିଶନ ୧୪ ରନ୍ କରି ଆଉଟ୍ ହୋଇଥିଲେ। କାଇରନ୍ ପୋଲାର୍ଡ ୨୧ (୧୫ ବଲ୍, ୨ ଚୌକା, ୧ ଛକା) ଏବଂ କୃନାଲ୍ ପାଣ୍ଡ୍ୟା ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ସୌରଭ ତିୱାରୀ ୫ ଓ ଆଡାମ ମିଲନେ ୧ ରନ୍ କରି ଅପରାଜିତ ଥିଲେ। କେକେଆର୍ ପକ୍ଷରୁ ନରିନ୍ ଗୋଟିଏ ୱିକେଟ୍ ନେଇଛନ୍ତି।












Click it and Unblock the Notifications