IPL 2021, KKR vs MI: ବିଜୟ ଛଡାଇ ଆଣିଲା ମୁମ୍ବାଇ

ଇଣ୍ଡିଆନ୍ ପ୍ରିମିୟର ଲିଗର 2021 ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 10 ରନରେ ଜିତି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ।

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର 2021 ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ 10 ରନରେ ଜିତି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯାଇଥିଲା। କୋଲକାତା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 152 ରନ୍ କରି ଆଉଟ୍ ହୋଇଥିଲେ, ଏହାର ଉତ୍ତରରେ କେକେଆର ଦଳ 142 ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲେ।

IPL 2021, KKR vs MI

ଏକ ସମୟରେ କେକେଆର୍ ଏକ ସହଜ ବିଜୟ ଆଡକୁ ଯାଉଥିବାର ଦେଖାଯାଉଥିଲା । କିନ୍ତୁ ଡେଥ ଓଭରରେ ଜସପ୍ରୀତ ବୁମରା, କ୍ରୁନାଲ ପାଣ୍ଡ୍ୟା ଏବଂ ଟ୍ରେଣ୍ଟ ବୋଲ୍ଟ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ଅବିଶ୍ୱସନୀୟ ବିଜୟ ଆଣି ଦେଇଥିଲେ। ରାହୁଲ ଚହର ଗୁରୁତ୍ୱପୂର୍ଣ୍ଣ ଚାରିଟି ୱିକେଟ୍ ନେଇଥିଲେ, ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଇଥିଲା। ଏହି ମ୍ୟାଚ୍‌ରେ ନୀତୀଶ ରାଣା ପୁଣି ଅର୍ଦ୍ଧଶତକ ହାସଲ କରିଥିଲେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମୁହୁର୍ତ୍ତରେ ଶସ୍ତା ଭାବେ ନିଜର ୱିକେଟ ଦେଇବସିଥିଲେ ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନର ସୁର୍ଯ୍ୟକୁମାର ଯାଦବ 36 ବଲରୁ 56 ରନ୍ ଏବଂ କେକେଆରର ଆଣ୍ଡ୍ରେ ରସେଲ 15 ବଲରୁ 5 ୱିକେଟ୍ ନେଇଥିଲେ। ଏହି ମ୍ୟାଚ୍‌ରେ କେକେଆର ଦଳ ସମାନ ଥିଲା । ଯେତେବେଳେ ମୁମ୍ବାଇ ଦଳରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+