IPL 2021, KKR vs MI: ଆଜି ମୁମ୍ବାଇ ବନାମ କୋଲକତା ଲଢେଇ

ଇଣ୍ଡିଆନ୍ ପ୍ରିମିୟର ଲିଗର 2021 ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଜି ମୁହାଁମୁହିଁ ହେବେ। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର 2021 ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଜି ମୁହାଁମୁହିଁ ହେବେ। ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏହି ଗ୍ରାଉଣ୍ଡରେ ଖେଳିଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଠାରୁ 2 ୱିକେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଦଳ ସନରାଇଜର୍ସ ହାଇଦ୍ରାବାଦକୁ 10 ରନରେ ପରାସ୍ତ କରିବାରେ ସଫଳ ହୋଇଥିଲା।

ଏହି ମ୍ୟାଚ୍ ସହିତ ମୁମ୍ବାଇ ଦଳ ନିଜ ବ୍ୟାଟିଂରେ ଉନ୍ନତି ଆଣିବାକୁ ଚେଷ୍ଟା କରିବ। ସମାନ ଭାବେ କୋଲକାତା ନାଇଟ୍ ରାଇଡର୍ସ ଦଳ ସେମାନଙ୍କର ମଧ୍ୟ କ୍ରମରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ । କାରଣ ଆଣ୍ଡ୍ରେ ରସେଲ, ଇଏନ୍ ମୋର୍ଗାନ୍ ଭଳି ଖେଳାଳି ଗତ ମ୍ୟାଚରେ କିଛି ବିଶେଷ କରିପାରି ନଥିଲେ।

KKR vs MI

ରେକର୍ଡ ବିଷୟରେ କହିବାକୁ ଗଲେ, କେକେଆର ଦଳ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ଗତ 4 ବର୍ଷ ମଧ୍ୟରେ କେବଳ ଗୋଟିଏ ଗେମ୍ ଜିତିଛି । ମୁମ୍ବାଇ ବିପକ୍ଷରେ 10 ଟି ହାରିଛି କୋଲକତା। ସାମଗ୍ରିକ ହେଡ୍ ଟୁ ରେକର୍ଡ ବିଷୟରେ କହିବାକୁ ଗଲେ କେକେଆର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ 6 ଟି ମ୍ୟାଚ୍ ଜିତିଥିବାବେଳେ ରୋହିତ ଶର୍ମା ଆଣ୍ଡ କୋ 21 ଟି ଜିତିଛି।

  • ମୁମ୍ବାଇ ଇଣ୍ଡିଆନ୍ସ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, କିରନ୍ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ପୀୟୁଷ ଚାୱଲା, ରାହୁଲ ଚହର, ଜସପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ।
  • କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଓନ ମୋର୍ଗାନ , ଆଣ୍ଡ୍ରେ ରସେଲ, ଦିନେଶ କାର୍ତ୍ତିକ, ପ୍ୟାଟ କମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଶିବମ ମାଭି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+