ଆଇପିଏଲ 2021: କେକେଆରର ଦୁଇ ଖେଳାଳି କରୋନା ପଜିଟିଭ, ଆରସିବି ବିପକ୍ଷ ଆଜି ମ୍ୟାଚ ବାତିଲ
କୋଲକାତା ନାଇଟ୍ ରାଇଡର୍ସ ଦଳର କିଛି ଖେଳାଳି କରୋନା ପଜିଟିଭି ଥିବା ଜଣାପଡିଛନ୍ତି । ଫଳରେ ଆଜି ଖେଳାଯିବାକୁ ଥିବା ଆରସିବି ବିପକ୍ଷ ମ୍ୟାଚ୍ ସ୍ଥଗିତ ରଖାଯାଇଛି ।
ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ତୀବ୍ର ଗତିରେ ମାଡି ଚାଲିଛି । ଏଭଳି ପରିସ୍ଥିତିରେ ବାୟୋ ବବୁଲ ମଧ୍ୟରେ ଆୟୋଜିତ ହେଉଥିବା ଆଇପିଏଲ ଉପରେ ମଧ୍ୟ କରୋନାର କଳା ବାଦଲ ଛାଇ ରହିଛି ।

ମିଳିଥିବା ଖବର ଅନୁଯାଇ, କୋଲକାତା ନାଇଟ୍ ରାଇଡର୍ସ ଦଳର କିଛି ଖେଳାଳି କରୋନା ପଜିଟିଭି ଥିବା ଜଣାପଡିଛନ୍ତି । ଫଳରେ ଆଜି ଖେଳାଯିବାକୁ ଥିବା ଆରସିବି ବିପକ୍ଷ ମ୍ୟାଚ୍ ସ୍ଥଗିତ ରଖାଯାଇଛି ।
ANI ର ଖବର ଅନୁଯାୟୀ, ଦୁଇ କେକେଆର୍ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଏବଂ ସନ୍ଦୀପ ୱାରିଅର୍ କରୋନା ସଂକ୍ରମିତ ହୋଇଛନ୍ତି। ବିସିସିଆଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ କେକେଆର ଦଳର ଖେଳାଳିମାନେ ସଂକ୍ରମିତ ହୋଇଛନ୍ତି ଏବଂ ଆରସିବି ଦଳ ମ୍ୟାଚ୍ ଖେଳିବାକୁ ଆଗ୍ରହୀ ନୁହଁନ୍ତି। ବରୁଣ ଏବଂ ସନ୍ଦୀପଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି, ଯେଉଁଥିପାଇଁ ଆରସିବି ଦଳ କେକେଆର ବିପକ୍ଷରେ ମ୍ୟାଚ୍ ଖେଳିବାକୁ ଚାହୁଁନାହାଁନ୍ତି। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ମ୍ୟାଚ୍ ସ୍ଥଗିତ ରଖାଯାଇଛି।
ଅନ୍ୟ ଏକ ଖବର ଅନୁଯାୟୀ, ପାଟ କମିନ୍ସଙ୍କ ସମେତ ଅନେକ କେକେଆର ଖେଳାଳି ଅସୁସ୍ଥ ହୋଇପଡିଛନ୍ତି, ଯେଉଁଥିପାଇଁ ଆଜି ଆରସିବି ବିପକ୍ଷ ମ୍ୟାଚକୁ ସ୍ଥଗିତ ରଖାଯାଇଛି । ତେବେ ଏହି ମ୍ୟାଚ୍ କେବେ ଅନୁଷ୍ଠିତ ହେବ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
ଉଲ୍ଲେଖଯୋଗ୍ୟ ଯେ, କେକେଆର ଏବଂ ଆରସିବି ମଧ୍ୟରେ ଆଇପିଏଲର 30 ତମ ମ୍ୟାଚ୍ ଆଜି ଅନୁଷ୍ଠିତ ହୋଇଥାନ୍ତା । ପଏଣ୍ଟ ଟେବୁଲରେ ଆରସିବି ଦଳ ତୃତୀୟ ସ୍ଥାନରେ ଥିବାବେଳେ କେକେଆର ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି।












Click it and Unblock the Notifications