ଆଇପିଏଲ 2021: କେବେ ବି ଫାଇନାଲ ହାରିନି କେକେଆର, ଚେନ୍ନାଇ ପାଇଁ ବିଗ୍ ଚ୍ୟାଲେଞ୍ଜ
ଆଜି (ଶୁକ୍ରବାର) ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2021)ର ଟାଇଟଲ ମୁକାବିଲା ହେବାକୁ ଯାଉଛି ।
ଦୁବାଇ: ଆଜି (ଶୁକ୍ରବାର) ଦୁବାଇ ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ 2021)ର ଟାଇଟଲ ମୁକାବିଲା ହେବାକୁ ଯାଉଛି । ଫାଇନାଲରେ ଟାଇଟଲ କିଏ ହାତେଇବ ? କିଏ ଟେକିବ ଟ୍ରଫି ? ଚେନ୍ନାଇ ଚତୁର୍ଥଥର ନା କେକେଆର ତୃତୀୟ ଥର ପାଇଁ ହାତେଇବ ଟାଇଟଲ ? ଏହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଲାଗି ରହିଛି କଳ୍ପନାଜଳ୍ପନା ।

କେକେ ବି ହାରିନି କେକେଆର
ଚେନ୍ନାଇ ସୁପର କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଆଇପିଏଲ୍ 2012 ଫାଇନାଲ୍ ପୂର୍ବରୁ ହୋଇସାରିଛି । ସେତେବେଳେ ଗୌତମ ଗମ୍ଭୀରଙ୍କ ଅଧିନାକତ୍ବରେ 27 ମେ ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ଏମଏସ ଧୋନିଙ୍କ ଚେନ୍ନାଇ ଦଳକୁ ଚିତପଟାଙ୍କ କରି ଟାଇଟଲ ଜିତିଥିଲା କେକେଆର । 2012 ଫାଇନାଲ୍ ଚେନ୍ନାଇର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିଲା । କିନ୍ତୁ ଏଥର ହଳଦିଆ ବ୍ରିଗେଡ୍ ପାଇଁ କୌଣସି ସୁବିଧା ପାଇ ନଥିଲା ।
ତେବେ ଆଇପିଏଲ ଇତିହାସରେ ଦୁଇଥର ଫାଇନାଲ ଖେଳିଛି କେକେଆର । ଆଉ ଦୁଇଟି ଯାକା ଫାଇନାଲ ଜିତିଛି କୋଲକତା ଦଳ । 2012 ବ୍ୟତିତ 2014 ରେ ମଧ୍ୟ କେକେଆର କିଙ୍ଗସ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗସ) ବିପକ୍ଷରେ ଟାଇଟଲ ମୁକାବିଲା ଖେଳିଥିଲା । ଯାହାକୁ ତିନି ୱିକେଟରେ ଜିତି ନେଇଥିଲା କେକେଆର । ପଞ୍ଜାବ ପକ୍ଷରୁ ରିଦ୍ଧିମାନ ସାହା (115 ଆଉଟ୍ ହୋଇନଥିଲେ) ଏକ ଚମତ୍କାର ଶତକ ହାସଲ କରିଥିଲେ । କିନ୍ତୁ ତାଙ୍କ ଇନିଂସ ବୃଥା ହୋଇଯାଇଥିଲା କାରଣ ମନୀଷ ପାଣ୍ଡେ (94) କେକେଆରକୁ ତିନି ୱିକେଟ୍ ଜିତିବାରେ ସାହାଯ୍ୟ କରିଥିଲେ।
ଟିମ୍ ନ୍ୟୁଜ୍
ତେବେ ଚେନ୍ନାଇ ସୁପର କିଙ୍ଗ୍ସ ଦୁବାଇରେ 11 ଟି ମ୍ୟାଚ୍ ମଧ୍ୟରୁ 6 ଟି ଜିତିଥିବାବେଳେ କେକେଆର୍ 5 ରୁ 3 ଟି ଜିତିଥିବାରୁ ସୁପର କିଙ୍ଗ୍ସ ଏହି ଗ୍ରାଉଣ୍ଡରେ ନାଇଟ୍ ରାଇଡର୍ସଙ୍କ ଅପେକ୍ଷା ଅଧିକ ଅଭିଜ୍ଞତା ରଖିଛି । କ୍ରମାଗତ ତିନିଟି ପରାଜୟ ପରେ CSK ନକ୍ଆଉଟ୍ ମ୍ୟାଚରେ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲେ ।
ମାତ୍ର କେକେଆର୍ ଆଗରେ ଚେନ୍ନାଇ ପାଇଁ ବିଗ୍ ଚ୍ୟାଲେଞ୍ଜ ହେଉଛି କୋଲକତା ଦଳର ବୋଲିଂ ଆଟାକ୍ । କେକେଆର ରହସ୍ୟମୟୀ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ଇଣ୍ଡିଜ୍ ଦକ୍ଷ ଅଲରାଉଣ୍ଡର ସୁନୀଲ ନାରିଣଙ୍କ ସ୍ପିନ ଆଟାକକୁ ଧୋନି ଏବଂ ତାଙ୍କ ସାଥୀମାନେ କିପରି ଖେଳବେ ତାହା ଦେଖିବାକୁ ବାକି ରହିଲା ।
ଅନ୍ୟପଟେ ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ପାଇଁ ହେବ ଯେ, 50 ଓଭର ବିଶ୍ୱକପ ଜିତିଥିବା ଦୁଇ ଅଧିନାୟକ ଫାଇନାଲରେ ମୁହାଁମୁହିଁ ହେବେ। ଧୋନି ତାଙ୍କ ନେତୃତ୍ୱରେ ପ୍ରତ୍ୟେକ ପ୍ରମୁଖ ଟାଇଟଲ୍ ଜିତିଛନ୍ତି ।
ଟିମ ଅପଟେଡ୍
ଚେନ୍ନାଇ ସୁପର କିଙ୍ଗ୍ସରେ ସେମାନଙ୍କର ପୂର୍ବ ଦଳୀୟ ଏକାଦଶର ସମସ୍ତ ଖେଳାଳି ଚୟନ ପାଇଁ ଉପଲବ୍ଧ । କୋଲକାତା ନାଇଟ୍ ରାଇଡର୍ସ ମଧ୍ୟ ସମାନ ଲାଇନ୍ଅପ୍ ସହ ଫିଲ୍ଡକୁ ଓହ୍ଲାଇ ପାରନ୍ତି । ଯାହା ଗତ ଦୁଇଟି ନକ୍ଆଉଟ୍ ଗେମରେ ଦଳ ଏହି ବିଜୟ ଦେଇ ଏହି ସ୍ଥାନକୁ ଆଣିଛି । ତେବେ ମୋର୍ଗାନ ଏବଂ ମ୍ୟାକକୁଲମଙ୍କ ପାଇଁ ବଡ଼ ଦ୍ୱନ୍ଦ୍ୱ ହେବେ ରସେଲଙ୍କ ହାମଷ୍ଟ୍ରିଂ ସୁସ୍ଥ ହୋଇଥିଲେ ଇନ-ଫର୍ମ ଶାକିବଙ୍କ ସ୍ଥାନରେ ତାଙ୍କର ଚୟନ ।












Click it and Unblock the Notifications