IPL 2021: ଆଇପିଏଲ ପୁର୍ବରୁ ଧୋନିଙ୍କ ଧମାକା, 6ଟି ଛକା ସହ ଖେଳିଲେ 60ରନର ପାଳି
ଧୋନି ଅଭ୍ୟାସ ମ୍ୟାଚ୍ ସମୟରେ 13 ଓଭର ପାଇଁ ବ୍ୟାଟିଂ କରି 6ଟି ଛକା ସହ 60ରୁ ଅଧିକ ରନ ସଂଗ୍ରହ କରିଛନ୍ତି।
ଚେନ୍ନାଇ: ବର୍ତ୍ତମାନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ଦଳ ପ୍ରଶିକ୍ଷଣ ଅଧିବେଶନରେ ବହୁ ଝାଳ ବୁହାଉଛି । ଗତ ସିଜନରେ ଲିଗ୍ ପର୍ଯ୍ୟାୟରେ 7 ନମ୍ବର ସ୍ଥାନ ପାଇଥିବା ଏହି ଦଳ ଆଇପିଏଲ୍ 2021 ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।

ତେବେ କ୍ରିକେଟ୍ ଉପରେ କଡା ନଜର ରଖିଥିବା କିଛି ଟ୍ୱିଟର ହ୍ୟାଣ୍ଡେଲ ଅନୁଯାୟୀ ଧୋନି ଅଭ୍ୟାସ ମ୍ୟାଚ୍ ସମୟରେ 13 ଓଭର ପାଇଁ ବ୍ୟାଟିଂ କରି 6ଟି ଛକା ସହ 60ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଏହି ମ୍ୟାଚରେ 22 ବର୍ଷୀୟ ଯୁବ ବୋଲର ହରିଶଙ୍କର ରେଡ୍ଡୀ ଧୋନିଙ୍କୁ ବୋଲିଂ କରିଥିଲେ। ଯାହାଙ୍କ ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଧୋନି ବୋଲି ସୂଚନା ରହିଛି । ଏହି ଯୁବକଙ୍କୁ ତାଙ୍କ ମୂଳ ମୂଲ୍ୟରେ 20 ଲକ୍ଷ ଟଙ୍କା କିଣିଛି ଚେନ୍ନାଇ ।
The King 👑 and his #Anbuden Kingdom 🏟️ !! Memoirs of #Yellove when the whistles roared! #WhistlePodu 💛 🦁 @msdhoni pic.twitter.com/TeDbwQbvzA
— Chennai Super Kings (@ChennaiIPL) March 17, 2021
ଅନ୍ୟପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଧୋନି ବ୍ୟାଟିଂ କରିବାକୁ ଯାଉଥିବା ବେଳର ଏକ ଭିଡିଓ ମଧ୍ୟ ସେୟାର କରିଛି । ଯେଉଁଥିରେ ଉପ-ଅଧିନାୟକ ସୁରେଶ ରାଇନା ମଧ୍ୟ ଅଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ଅଧିକ ଯୁବ ଖେଳାଳିଙ୍କ ସହ ଚଳିତ ସିଜିନକୁ ପଡିଆକୁ ଓହ୍ଲାଇବ ।
-
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ଆଜିଠୁ୯ ଯାଏଁ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି -
ସରକାରଙ୍କ ବଡ଼ ନିଷ୍ପତ୍ତି, ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ୨୫ ହଜାର -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ -
ନେପାଲରେ ବାଲେନ ଶାହ ସରକାର ! -
ଖେମିନିଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଇସ୍ରାଏଲକୁ ଧମକ, ଇସ୍ରାଏଲୀକୁ ସିଧାସଳଖ ଚେତାବନୀ -
ପୁଣି ବଦଳିଲା ସୁନା-ରୁପା ଦର : ଆଜି ଏତିକି.... -
ଜଳସଂପଦ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ରବିବାର ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ଫାଇଟ୍; ଅପରାହ୍ଣ ୫.୩୦ରେ ଆରମ୍ଭ ହେବ ଉଦଯାପନୀ ଉତ୍ସବ












Click it and Unblock the Notifications