Get Updates
Get notified of breaking news, exclusive insights, and must-see stories!

DC vs SRH: ଟେବୁଲ ଟପ୍ ଲକ୍ଷ୍ୟରେ ଦିଲ୍ଲୀ, ପରାଜୟରେ ହେବ ସନରାଇଜର ସୂର୍ଯ୍ୟାସ୍ତ

ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଏହି ସିଜନର 33 ତମ ମ୍ୟାଚ୍ ବୁଧବାର (22 ସେପ୍ଟେମ୍ବର) ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ ।

ଦୁବାଇ: ସଂଯୁକ୍ତ ଆରବ ଏମିରେଟ୍ସରେ ଇଣ୍ଡିଆନ ପ୍ରିମିୟର ଲିଗର 14 ତମ ସିଜନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଏହି ସିଜନର 33 ତମ ମ୍ୟାଚ୍ ବୁଧବାର (22 ସେପ୍ଟେମ୍ବର) ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ଟେବୁଲର ତଳେ ଥିବା ହାଇଦ୍ରାବାଦ ଏକ ବିଜୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବ। ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଥିବା ଦିଲ୍ଲୀ ସେମାନଙ୍କର ବିଜୟ ଧାରା ଜାରି ରଖିବାକୁ ଚାହିଁବ।

DC vs SRH

ଋଷଭ ପନ୍ତ ନେତୃତ୍ୱାଧିନ ଦଳ ପ୍ରଥମ ଲିଗକୁ ବିଜୟ ସହ ସମାପ୍ତ କରିଛି ଏବଂ ୟୁଏଇରେ ମଧ୍ୟ ଏକ ବିଜୟରୁ ଆରମ୍ଭ କରିବାକୁ ଚାହୁଁଛି । ଦଳରେ ଆକ୍ରମଣତ୍ମକ ବ୍ୟାଟ୍ସମ୍ୟାନ୍ ଅଛନ୍ତି । ଯେଉଁମାନେ ଯେକୌଣସି ବିଶାଳ ସ୍କୋର କରିବାରେ କ୍ଷମତା ରଖିଛନ୍ତି । ସେଥିମଧ୍ୟରୁ ଜଣେ ଓପନର୍ ଶିଖର ଧାୱନ, ସେ ପୃଥ୍ବୀ ଶ'ଙ୍କ ସହ ଇନିଂସ ଓପନିଂ କରିବେ । ଯେତେବେଳେ ଶ୍ରେୟସ୍ ଆୟର ମଧ୍ୟମ ଅର୍ଡରକୁ ମଜବୁତ କରିବାରେ ଏକ ଭୂମିକା ଗ୍ରହଣ କରିବେ । ଯେଉଁଥିରେ ଋଷଭ ପନ୍ତ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଏବଂ ମାର୍କସ ଷ୍ଟୋନିସ ଏବଂ ସିମ୍ରନ ହେଟମିୟର ମଧ୍ୟ ସାମିଲ ଅଛନ୍ତି। ଦଳର ବୋଲିଂ ଆକ୍ରମଣ ମଧ୍ୟ ଶକ୍ତିଶାଳୀ, ଆଭେଶ ଖାନ ଏବଂ କାଗିସୋ ରାବାଡା ପ୍ରଥମ ପର୍ଯ୍ୟାୟରେ ଚମତ୍କାର ବୋଲିଂ କରିଥିଲେ। ପାୱାରପ୍ଲେ ଏବଂ ଡେଥ୍ ଓଭରରେ ରବଡା ବିପଜ୍ଜନକ ପ୍ରମାଣିତ ହୋଇଥାନ୍ତି ।

ଅନ୍ୟପଟେ ପଏଣ୍ଟ ଟେବୁଲର ସର୍ବନିମ୍ନରେ ଥିବା ସନରାଇଜର୍ସ ହାଇଦ୍ରାବାଦ ଦଳକୁ ନିଶ୍ଚିତ ବିଜୟ ଆବଶ୍ୟକ ହେଉଛି । କାରଣ 7ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ସହ ଦଳ ଖାତାରେ ରହିଛି ଦୁଇ ପଏଣ୍ଟ । ତେଣୁ ଆଉ ଗୋଟିଏ ପରାଜୟ ଦଳକୁ ପ୍ଲେ-ଅଫ ରେସରୁ ବିଦା କରିବାକୁ କାଫି ହେବ ।

ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଉପରେ ଗୋଟିଏ ପରେ ଗୋଟିଏ ଚଡକ ପଡୁଛି । ଆଜି ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦ ଦଳର ଦୃତ ବୋଲର ଟି. ନଟରାଜନ କରୋନା ପଜିଟିଭ୍ ହୋଇଛନ୍ତି । ଅନ୍ୟପଟେ ଦଳର ଭରସାଯୋଗ୍ୟ ଓପନର ଜନ୍ନି ବୋରଷ୍ଟୋ ଦଳ ଛାଡିବା ମଧ୍ୟ ଅନ୍ୟଏକ ଚଡକ ହୋଇଛି ।

  • ଦିଲ୍ଲୀ କ୍ୟାପିଟାଲ୍ସ ସମ୍ଭାବ୍ୟ ଏକାଦଶ- ପୃଥ୍ବୀ ଶ' , ଶିଖର ଧୱନ, ଶ୍ରେୟସ୍ ଆୟର୍, ସିମ୍ରନ୍ ହେଟମିର୍, ମାର୍କସ୍ ଷ୍ଟୋନିସ୍, ଋଷଭ ପନ୍ତ, ଆର ଅଶ୍ୱିନ୍, ଆକ୍ସର ପଟେଲ, ଆବେଶ ଖାନ / ଉମେଶ ଯାଦବ, କାଗିସୋ ରାବାଡା, ଆନ୍ରିକ୍ ନୋର୍ଜେ ।
  • ସନରାଇଜର୍ସ ହାଇଦ୍ରାବାଦ ସମ୍ଭାବ୍ୟ ଏକାଦଶ - ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ସାହା , କେନ ୱିଲିୟମସନ (କ୍ୟାପଟେନ), ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମାଦ, ମହମ୍ମଦ ନବୀ, ରସିଦ ଖାନ, ଭୁବନେଶ୍ୱର କୁମାର, ଖଲ୍ଲୀଲ୍ ଅହମ୍ମଦ, ସନ୍ଦୀପ ଶର୍ମା ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+