ଆଇପିଏଲ 2021: ରୟାଲ ବନାମ କ୍ୟାପିଟାଲ୍ସ , ବିରାଟଙ୍କୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ

ବିରାଟ କୋହଲିଙ୍କ ନେତୃତ୍ବାଧିନ ଦଳ ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ଋଷବ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ଅଧିନାୟକ ଋଷବ ପନ୍ତ ।

Delhi Capitals opt to bowl: ଆଜି ଆଇପିଏଲ 2021ର 22 ତମ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଇଣ୍ଟନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ବାଧିନ ଦଳ ରୟାଲ୍ସ ଚାଲେଞ୍ଜର୍ସ ବାଙ୍ଗାଲୋର ଋଷବ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟୁଛି । ତେବେ ମ୍ୟାଚ ପୂର୍ବରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ଅଧିନାୟକ ଋଷବ ପନ୍ତ ।

DC vs RCB

ଉଲ୍ଲେଖଥାଉ କି, ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁଫର ଓଭରରେ ମ୍ୟାଚ ଜିତିଥିବା ବେଳେ ଆରସିବି ତାର ଶେଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଠାରୁ ବିଶାଳ ପରାଜୟ ପାଇଥିଲା । ତେବେ ଆଜି ମ୍ୟାଚ ପାଇଁ ଆରସିବି ଦଳରେ ଦୁଇଟି ପରିବର୍ତ୍ତନ ହୋଇଛି । ସେପଟେ ଚଳିତ ଆଇପିଏଲ ସିଜିନରୁ ଓହରି ଯାଇଥିବା ଦିଲ୍ଲୀ ସ୍ପିନର ରବି ଅଶ୍ବିନଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଇଶାନ୍ତ ଶର୍ମା ।

  • ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡିକଲ, ରାଜତ ପାଟିଦାର, ଗ୍ଲେନ୍ ମ୍ୟାକ୍ସୱେଲ, ଏବି ଡିଭିଲିୟର୍ସ (ୱିକେଟକିପର), ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, କାଇଲ୍ ଜାମିସନ୍, ହର୍ଷଲ ପଟେଲ, ୟୁଜଭେନ୍ଦ୍ର ଚହଲ, ମହମ୍ମଦ ସିରାଜ ।
  • ଦିଲ୍ଲୀ କ୍ୟାପିଟଲ୍ସ ଏକାଦଶ: ପୃଥ୍ବୀ ଶ' , ଶିଖର ଧାୱନ, ଋଷଭ ପନ୍ତ (ୱିକେଟକିପର/ ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, ଶିମ୍ରନ୍ ହେଟମିୟର, ମାର୍କସ୍ ଷ୍ଟୋଇନିସ୍, ଅକ୍ସର ପଟେଲ, ଅମିତ ମିଶ୍ର, କାଗିସୋ ରାବାଡା, ଇଶାନ୍ତ ଶର୍ମା, ଆବେଶ ଖାନ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+