Get Updates
Get notified of breaking news, exclusive insights, and must-see stories!

IPL 2021, CSK vs PBKS: ପ୍ରଥମ ମ୍ୟାଚ ହାରିବା ପରେ ଦ୍ବିତୀୟ ମ୍ୟାଚରେ ପ୍ରଥମେ ବୋଲିଂ କରିବେ ଧୋନି ଧୁରନ୍ଦର

ମ୍ୟାଚରେ ପ୍ରଥମ ଗେମର ବିଜୟୀ ଦଳ ପଞ୍ଜାବ କିଙ୍ଗ୍ସକୁ ଭେଟୁଛନ୍ତି ଧୋନିଙ୍କ ଧୁରନ୍ଦର । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

ମୁମ୍ବାଇ: ଆଇପିଏଲ 2021 ର 8ମ ମ୍ୟାଚ ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି । ମ୍ୟାଚରେ ପ୍ରଥମ ଗେମର ବିଜୟୀ ଦଳ ପଞ୍ଜାବ କିଙ୍ଗ୍ସକୁ ଭେଟୁଛନ୍ତି ଧୋନିଙ୍କ ଧୁରନ୍ଦର । ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।

CSK vs PBKS

ତେବେ ପଞ୍ଜାବ କିଙ୍ଗ୍ସ ରାଜସ୍ଥାନ ରୟାଲ୍ସଠାରୁ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଦିଲ୍ଲୀ ଦଳଠାରୁ ପ୍ରଥମ ମ୍ୟାଚ ହାରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ଆଜି ଉଭୟ ଦଳ ଏହା 2ୟ ମ୍ୟାଚ ହେବାକୁ ଯାଉଛି । ଦୁଇ ଦଳ ନିଜ ନିଜର ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କର ନାହାନ୍ତି । ପ୍ରଥମ ମ୍ୟାଚର ଅପରିବର୍ତ୍ତିତ ଏକାଦଶ ଆଜି ମ୍ୟାଚରେ ପଡିଆକୁ ଓହ୍ଲାଉଛି ।

ଏଠାରେ ଦୁଇ ଦଳର ଚୁଡାନ୍ତ ଏକାଦଶ:

  • ପଞ୍ଜାବ କିଙ୍ଗ୍ସ ଏକାଦଶ: କେଏଲ୍ ରାହୁଲ (ୱିକେଟକିପର / ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ଦୀପକ ହୁଡ୍ଡା, ନିକୋଲାସ୍ ପୁରାନ୍, ଶାହାରୁଖ ଖାନ୍, ଜାଇ ରିଚାର୍ଡସନ, ମୁରୁଗାନ୍ ଅଶ୍ୱିନ୍, ରେଲି ମେରେଡିଥ୍, ମହମ୍ମଦ ଶାମି, ଅର୍ଶଦୀପ ସିଂ ।
  • ଚେନ୍ନାଇ ସୁପର କିଙ୍ଗ୍ସ ଏକାଦଶ: ଋତୁରାଜ ଗାଇକୱାଡ, ଫାଫ ଡୁ ପ୍ଲେସିସ୍, ସୁରେଶ ରାଇନା, ମୋଇନ ଅଲି, ଅମ୍ବାତି ରାୟୁଡୁ, ଏମଏସ ଧୋନି (ୱିକେଟକିପର / ଅଧିନାୟକ), ରବିନ୍ଦ୍ର ଜାଡେଜା, ସାମ କୁରାନ, ଡୱେନ ବ୍ରାଭୋ, ଶାର୍ଦ୍ଦୁଲ ଠାକୁର, ଦୀପକ ଚହର ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+