IPL 2021: ଆରସିବିକୁ ବଡ ଝଟକା, ଖେଳି ପାରିବେନି ଏହି ଅଲରାଉଣ୍ଡର

ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରୁ ବଞ୍ଚିତ ହେବେ। ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତର 20 ଜଣିଆ ଦଳରେ ସୁନ୍ଦରଙ୍କୁ ନାମିତ କରାଯାଇଥିଲା, କିନ୍ତୁ ସେ ମଧ୍ୟ ଏଥିରେ ଅଂଶଗ୍ରହଣ କରିନଥିଲେ।

ନୂଆଦିଲ୍ଲୀ: 19 ସେପ୍ଟେମ୍ବରରୁ ସଂଯୁକ୍ତ ଆରବ ଏମିରେଟ୍ସରେ ଆରମ୍ଭ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗର ଦ୍ୱିତୀୟ ପର୍ଯ୍ୟାୟ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟରୁ ବଞ୍ଚିତ ହେବେ। ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତର 20 ଜଣିଆ ଦଳରେ ସୁନ୍ଦରଙ୍କୁ ନାମିତ କରାଯାଇଥିଲା, କିନ୍ତୁ ସେ ମଧ୍ୟ ଏଥିରେ ଅଂଶଗ୍ରହଣ କରିନଥିଲେ।

RCB

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କ ଆଙ୍ଗୁଠିରେ ଆଘାତ ହେତୁ ଆଇପିଏଲ୍ 2021 ର ଅବଶିଷ୍ଟାଂଶରୁ ବାଦ ପଡିଛନ୍ତି। ବେଙ୍ଗଲର କ୍ରିକେଟର ତଥା ଫ୍ରାଞ୍ଚାଇଜ୍ ସହ ନେଟ୍ ବୋଲର ଭାବେ ଥିବା ଆକାଶ ଦୀପଙ୍କୁ ତାଙ୍କ ସ୍ଥାନ ଦିଆଯାଇଛି।

IPL 2021 ର ଅବଶିଷ୍ଟ ମ୍ୟାଚ୍ ଆରମ୍ଭ ପୂର୍ବରୁ, RCB ଏକ ବଡ଼ ପରିବର୍ତ୍ତନ କରିଛି । ଫ୍ରାଞ୍ଚାଇଜରେ ଶ୍ରୀଲଙ୍କାର ସ୍ପିନର ୱାନିନ୍ଦୁ ହାସରାଙ୍ଗା, ପେସର୍ ଦୁଷ୍ମାନଥା ଚାମିରା, ସିଙ୍ଗାପୁରର ଅଲରାଉଣ୍ଡର ଟିମ୍ ଡେଭିଡ ଏବଂ ଇଂଲଣ୍ଡ ଅଲରାଉଣ୍ଡର ଜର୍ଜ ଗାର୍ଟେନଙ୍କ ସହ ଖେଳାଳି ଭାବରେ ଅନେକ ନୂଆ ଚେହେରା ଆସିଛନ୍ତି। ଆଡାମ ଜାମ୍ପା, ଡାନିଏଲ ସାମସ ଏବଂ କେନ ରିଚାର୍ଡସନ ସେମାନଙ୍କ ନାମ ପ୍ରତ୍ୟାହାର କରିଛନ୍ତି।

ଜାମ୍ପାଙ୍କୁ ହସରାଙ୍ଗାଙ୍କ ସ୍ଥାନ ଦିଆଯାଇଛି। ଆରସିବି ହସାରଙ୍ଗା ସହିତ ଅନ୍ୟ ଜଣେ ଶ୍ରୀଲଙ୍କା ଖେଳାଳି ଦୁସମନ୍ତ ଚାମିରାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରିଛି ଦଳ। ଦଳର ତୃତୀୟ ପରିବର୍ତ୍ତନରେ, ଫିନ୍ ଆଲେନଙ୍କ ସ୍ଥାନରେ ଟିମ୍ ଡେଭିଡଙ୍କୁ ସୁଯୋଗ ଦିଆଯାଇଛି। କେନ୍ ରିଚାର୍ଡସନଙ୍କ ସ୍ଥାନରେ ଜର୍ଜି ଗାର୍ଟେନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ସାଇମନ୍ କ୍ୟାଟିଚ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେବା ସହିତ ମାଇକ୍ ହେସନ୍ ମଧ୍ୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ 20 ସେପ୍ଟେମ୍ବରରେ ଇଏନ୍ ମୋର୍ଗାନ୍ର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+