Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2021 : ବିସ୍ଫୋରକ ବ୍ୟାଟିଂର ରହସ୍ୟ ଖୋଲିଲେ ଏବି ଡିଭିଲୟର୍ସ, କହିଲେ ଏହି ଡର ପାଇଁ ମିଳେ ସଫଳତା

ଡିଭିଲିୟର୍ସ ତାଙ୍କ ବିସ୍ଫୋରକ ବ୍ୟାଟିଂର ରହସ୍ୟ ପ୍ରକାଶ କରିଛନ୍ତି । ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଶୈଳୀକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବି ।

SRH Vs RCB : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବ୍ୟାଟ୍ସମ୍ୟାନ୍ ଏବି ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ସବୁ ସମୟରେ ଚର୍ଚ୍ଚାରେ ରହିଥାଏ । ମ୍ୟାଚରେ ମିଡିଲ ଅର୍ଡରରେ ଆସି ବଡ଼ ସଟ୍ ଖେଳିବାରେ ସେ ମାହିର । ବର୍ଷବର୍ଷ ଧରି ଆଇପିଏଲରେ ସେ ଏହା କରିଆସୁଛନ୍ତି । ଆଇପିଏଲ୍ 2021 ର ପ୍ରଥମ ମ୍ୟାଚ୍ ରେ ଡି ଭିଲିୟର୍ସ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆକ୍ରମଣାତ୍ମକ ବ୍ୟାଟିଂ କରି ତାଙ୍କ ଦଳକୁ ଜିତାଇବାରେ ବଡ ଭୂମିକା ତୁଲାଇଥିଲେ । ଏହି ସମୟ ମଧ୍ୟରେ ଡିଭିଲିୟର୍ସ ତାଙ୍କ ବିସ୍ଫୋରକ ବ୍ୟାଟିଂର ରହସ୍ୟ ପ୍ରକାଶ କରିଛନ୍ତି । ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଶୈଳୀକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଡିଭିଲିୟର୍ସ କହିଛନ୍ତି, "ଏହା ସର୍ବଦା ବହୁତ ମଜାଦାର ନୁହେଁ । ପରିସ୍ଥିତି ଅନୁଯାୟୀ ମୁଁ ଯଥାସମ୍ଭବ ଚେଷ୍ଟା କରିବାକୁ ଚେଷ୍ଟା କରେ, ଏହା ଏକ ସାଧାରଣ କଥା ପରି ମନେହୁଏ ।

ଆଇପିଏଲ

କିନ୍ତୁ ପ୍ରକୃତ କଥା ହେଉଛି ଯେ ଯେତେବେଳେ ଆପଣ ମଧ୍ୟମ କ୍ରମରେ ବ୍ୟାଟିଂ କରନ୍ତି ପ୍ରତ୍ୟେକ ଥର ପରିସ୍ଥିତି ବଦଳି ଯାଏ । "ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍ ଆରସିବିର 'ବୋଲ୍ଡ ଡାଏରୀ'କୁ ଏକ ସାକ୍ଷାତକାର ଦେଇ କହିଛନ୍ତି, "ଏହି ବିସ୍ଫୋରକ ରଣନୀତି ଅଧିକାଂଶ ସମୟ କାମ କରିଥାଏ । କିନ୍ତୁ ଏହା ସମ୍ଭବ ଯେ ଆପଣ ଏଥିରେ ବିଫଳ ମଧ୍ୟ ହେବେ। ବିଫଳତାର ଭୟ ଅବା ଡର ମୋତେ ସବୁବେଳେ ପ୍ରେରଣା ଦେଇଥାଏ । ବଲ ଉପରେ ଅଧିକ ଧ୍ୟାନ ଦେବା ପାଇଁ ସାହାସ ଦେଇଥାଏ । ସେଥିପାଇଁ ଏକ ଭଲ ଆରମ୍ଭ କରିବାକୁ ପ୍ରୟାସ କରିଥାଏ । ପ୍ରଥମ 20 ବଲରେ ଭଲ ଆରମ୍ଭ ଗୁରୁତ୍ୱପୂର୍ଣ୍ଣ ।" ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଡି ଭିଲିୟର୍ସ ସ୍ୱୀକାର କରିଛନ୍ତି ଯେ ଯେତେବେଳେ ଆପଣ ଦୀର୍ଘ ସମୟ ପରେ ଶୀର୍ଷ ସ୍ତରୀୟ କ୍ରିକେଟ୍ ଖେଳନ୍ତି, ସେତେବେଳେ ଲୟକୁ ଫେରିବା ପାଇଁ ସମୟ ଲାଗେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+