• search
For Quick Alerts
Turn On Notification  
For Daily Alerts

କାଲିଠୁ ଭାରତରେ କ୍ରିକେଟ କାର୍ନିଭାଲ

|

ୱାନ ଇଣ୍ଡିଆ ଓଡିଆ ବ୍ୟୁରୋ: ମୈଦାନ ରେଡି । ପ୍ଲେୟାର ରେଡି । କରୋନାକୁ ନାହିଁ ଖାତିର । କାଲିଠୁ ଭାରତରେ କ୍ରିକେଟ କାର୍ନିଭାଲ । ସଂଧ୍ୟା 7ଟା ବାଜିଲେ ପ୍ରତି ଘରେ ଟିଭିରେ ବାଜିବ ଖେଳ ଚ୍ୟାନେଲ । କାରଣ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟର ମହାପର୍ବ । ବିଶ୍ବ କ୍ରିକେଟର ବିତ୍ତଶାଳୀ ଲିଗ, ଇଣ୍ଡିଆନ ପ୍ରିମିୟର ଲିଗ୍ 2021 । ଏପ୍ରିଲ 9ରୁ ଆରମ୍ଭ ହୋଇ ମେ 30 ଯାଏ ଚାଲିବ ଏହି ଧନୀ ଲିଗ ।

IPL 2021

ଆସନ୍ତାକାଲି ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମ (ଚେପକ୍ ଗ୍ରାଉଣ୍ଡ) ରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ଉଦଘାଟିନୀ ମ୍ୟାଚ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ପ୍ରଥମ ଟାଇଟଲ ଲକ୍ଷ୍ୟରେ ଥିବା ବିରଟ ସେନା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ଏହି ମ୍ୟାଚ । ସଂଧ୍ଯା 7ଟାରେ ଆରମ୍ଭ ହେବ ଏହି ହାଇଭୋଲ୍ଟେଜ ଲଢେଇ ।

ତେବେ ଦେଶରେ କରୋନା ସଂକ୍ରମଣକୁ ଦେଖି ଜୈବ ବଳୟ ଭିତରେ ଆୟୋଜନ ହେବ ଏହ ବିଶ୍ୱସ୍ତରୀୟ ଲିଗ । ବିନା କୌଣସି ଦର୍ଶକରେ ଖେଳାଯିବ ମ୍ୟାଚ । ସୂଚନାଥାଉ କି, ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲକୁ ୟୁଏଇ ସ୍ଥାନାନ୍ତର କରିଥିଲା ବିସିସିଆଇ ।

ଆମକୁ ଫୋଲୋ କରନ୍ତୁ
Instagram Youtube

English summary
IPL 2021: 14 edition of indian premier league starts from tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X