For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପ୍ରଥମ କ୍ୱାଲିଫାୟାରା : ମୁହାଁମୁହିଁ ହେବେ ମୁମ୍ବାଇ-ଦିଲ୍ଲୀ

ୟୁଏଇରେ ଆୟୋଜିତ ଆଇପିଏଲର 13ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଖେଳା ଯିବ । ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ଦଳ ଦିଲ୍ଲୀ ଓ ମୁମ୍ବାଇ ମୁହାଁମୁହିଁ ହେବେ

|

ଦୁବାଇ : ୟୁଏଇରେ ଆୟୋଜିତ ଆଇପିଏଲର 13ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଖେଳା ଯିବ । ଗତବର୍ଷର ଚାମ୍ପଆନ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଏହି କ୍ୱାଲିଫାୟାର ବିଜୟ ସହ ଫାଇନାଲୁ ଉନ୍ନୀତ ହେବାକୁ ଲକ୍ଷ ରଖିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଏହି ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଉତ୍କଣ୍ଠା ଦେଖା ଦେଇଛି ।

ଆଇପିଏଲ
ସୂଚନାଥାଉକି, ରୋହିତ ଶର୍ମା ଅଧିନାୟକତ୍ତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ 14ଟି ଲିଗ୍ ମ୍ୟାଚରୁ 9 ଟିରେ ବିଜୟ ଓ 5ଟିରେ ପରାଜୟ ସହ 18 ପଏଣ୍ଟ ପାଇ ଶୀର୍ଷରେ ରହିଛି । ହେଲେ ଶେଷ ମ୍ୟାଚରେ ସନରାଇଜର୍ସ ନିକଟରୁ ମୁମ୍ବାଇ ତାର ବଡ ପରାଜୟ ଭୋଗିଛି । ସେହିପରି ଶ୍ରେୟାସ ଆୟର ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ 14ଟି ମ୍ୟାଚରୁ 8ଟି ବିଜୟ ଓ 6ଟି ପରାଜୟ ସହ 16 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଶେଷ ଲିଗ ମ୍ୟାଚରେ ରାହାଣେ ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତି ଆଣିଛି । ଉଭୟ ଦଳର ଫାଷ୍ଟ ବୋଲିଂରେ ବେଶ ଶକ୍ତିଶାଳୀ ରହିଛି । ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ 2ଟି ଯାକ ମ୍ୟାଚ ଜିତିଥିଲା । ଏହି କାରଣରୁ ଆଜିର ମ୍ୟାଚ ବେସ୍ ରୋମାଞ୍ଚକର ହେବ ବୋଲି ଅନୁମାନ କରାଯାଉଛି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ipl 2020 playoffs qalifier between Mumbai Indians and Delhi Capitals held today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X