Get Updates
Get notified of breaking news, exclusive insights, and must-see stories!

ଆଜି ପ୍ରଥମ କ୍ୱାଲିଫାୟାରା : ମୁହାଁମୁହିଁ ହେବେ ମୁମ୍ବାଇ-ଦିଲ୍ଲୀ

ୟୁଏଇରେ ଆୟୋଜିତ ଆଇପିଏଲର 13ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଖେଳା ଯିବ । ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ଦଳ ଦିଲ୍ଲୀ ଓ ମୁମ୍ବାଇ ମୁହାଁମୁହିଁ ହେବେ

ଦୁବାଇ : ୟୁଏଇରେ ଆୟୋଜିତ ଆଇପିଏଲର 13ଶ ସଂସ୍କରଣର ପ୍ରଥମ କ୍ୱାଲିଫାୟର ମ୍ୟାଚ ଆଜି ଖେଳା ଯିବ । ଗତବର୍ଷର ଚାମ୍ପଆନ ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବ ଦିଲ୍ଲୀ କ୍ୟାପିଟାଲ୍ସ । ଉଭୟ ଦଳ ଏହି କ୍ୱାଲିଫାୟାର ବିଜୟ ସହ ଫାଇନାଲୁ ଉନ୍ନୀତ ହେବାକୁ ଲକ୍ଷ ରଖିଛନ୍ତି । ପଏଣ୍ଟ ଟେବୁଲର ପ୍ରଥମ ଦୁଇଟି ସ୍ଥାନରେ ଥିବା ଏହି ଶକ୍ତିଶାଳୀ ଦଳ ମଧ୍ୟରେ ମ୍ୟାଚ ଚିତ୍ତାକର୍ଷକ ହେବା ନେଇ ଉତ୍କଣ୍ଠା ଦେଖା ଦେଇଛି ।

ଆଇପିଏଲ
ସୂଚନାଥାଉକି, ରୋହିତ ଶର୍ମା ଅଧିନାୟକତ୍ତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ 14ଟି ଲିଗ୍ ମ୍ୟାଚରୁ 9 ଟିରେ ବିଜୟ ଓ 5ଟିରେ ପରାଜୟ ସହ 18 ପଏଣ୍ଟ ପାଇ ଶୀର୍ଷରେ ରହିଛି । ହେଲେ ଶେଷ ମ୍ୟାଚରେ ସନରାଇଜର୍ସ ନିକଟରୁ ମୁମ୍ବାଇ ତାର ବଡ ପରାଜୟ ଭୋଗିଛି । ସେହିପରି ଶ୍ରେୟାସ ଆୟର ନେତୃତ୍ୱାଧିନ ଦିଲ୍ଲୀ କ୍ୟାପିଟାଲ୍ସ 14ଟି ମ୍ୟାଚରୁ 8ଟି ବିଜୟ ଓ 6ଟି ପରାଜୟ ସହ 16 ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଶେଷ ଲିଗ ମ୍ୟାଚରେ ରାହାଣେ ଫର୍ମକୁ ଫେରିବା ଦଳ ପାଇଁ ଆଶ୍ୱସ୍ତି ଆଣିଛି । ଉଭୟ ଦଳର ଫାଷ୍ଟ ବୋଲିଂରେ ବେଶ ଶକ୍ତିଶାଳୀ ରହିଛି । ଚଳିତ ସଂସ୍କରଣରେ ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ଦୁଇଥର ମୁହାଁମୁହିଁ ହୋଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ 2ଟି ଯାକ ମ୍ୟାଚ ଜିତିଥିଲା । ଏହି କାରଣରୁ ଆଜିର ମ୍ୟାଚ ବେସ୍ ରୋମାଞ୍ଚକର ହେବ ବୋଲି ଅନୁମାନ କରାଯାଉଛି ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+