For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ କ୍ୱାଲିଫାୟାର-2 : ଅଭିଜ୍ଞ ହାଇଦ୍ରାବାଦକୁ ହରାଇଲା ଅସ୍ଥିରମନା ଦିଲ୍ଲୀ

ଆଇପିଏଲ କ୍ୱାଲିଫାୟାର-2ରେ ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ

|

ଦୁବାଇ : ଆଇପିଏଲ 2020ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରବିବାର ଅଭିଜ୍ଞ ହାଇଦ୍ରାବାଦ୍ ସନରାଇର୍ଜସକୁ ପରାସ୍ତ କରିଛି ଅସ୍ଥିରମନା କୁହାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଏକ ରୋମାଞ୍ଚକର ମ୍ୟାଚରେ 17 ରନରେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସନରାଇର୍ଜସ ହାଇଦ୍ରାବାଦକୁ ପରାସ୍ତ କରିଛି ଶ୍ରେୟାସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଏଥିସହ ଦିଲ୍ଲୀ ଫାଇନାଲରେ ପ୍ରେବଶ କରିବା ସହ ଆସନ୍ତା 10 ତାରିଖରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ସାମ୍ନା କରିବ ।

ଆଇପିଏଲ 2020
ଆଜି ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ନିର୍ଧାରିତ 20 ଓଭରରେ 3 ଓ୍ୱିକେଟ୍ ହରେଇ ଦିଲ୍ଲୀ 189 ରନ୍ କରିଥିଲା। ଯେଉଁଥିରେ ଶିଖର ଧଓ୍ୱନ ଲଢୁଆ ବ୍ୟାଟିଂ କରିଥିଲେ । ଶିଖର ଧଓ୍ୱନ 50ଟି ବଲ୍ ଖେଳି 78 ରନ୍ କରିଥିଲା । ସେହିପରି ସିମରନ୍ ହେଟମେୟାର 22ଟି ବଲ୍ କରି ଧୂଆଁଧାର 42 ରନ୍ ସ୍କୋର କରିଥିଲେ । 189 ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ୍ ପ୍ରଥମ ଦଫାରେ 44 ରନ କରି ତିନୋଟି ଓ୍ୱିକେଟ୍ ହରେଇଥିଲା । ଦଳ ନିର୍ଧାରିତ 20 ଓଭରରେ 8 ଓ୍ୱିକେଟ୍ ହରେଇ 172 ରନ୍ କରିବାରେ ସକ୍ଷମ ହୋଇଥିଲା । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ହାଇଦ୍ରାବାଦକୁ ପରାସ୍ତ କରିବା ସହ ପ୍ରଥମଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଦିଲ୍ଲୀ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ipl 2020 Delhi Capitals Won Qualifier 2 Against Sunrisers Hyderabad
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X