Get Updates
Get notified of breaking news, exclusive insights, and must-see stories!

ଆଇପିଏଲ କ୍ୱାଲିଫାୟାର-2 : ଅଭିଜ୍ଞ ହାଇଦ୍ରାବାଦକୁ ହରାଇଲା ଅସ୍ଥିରମନା ଦିଲ୍ଲୀ

ଆଇପିଏଲ କ୍ୱାଲିଫାୟାର-2ରେ ହାଇଦ୍ରାବାଦକୁ ହରାଇଲା ଦିଲ୍ଲୀ

ଦୁବାଇ : ଆଇପିଏଲ 2020ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରବିବାର ଅଭିଜ୍ଞ ହାଇଦ୍ରାବାଦ୍ ସନରାଇର୍ଜସକୁ ପରାସ୍ତ କରିଛି ଅସ୍ଥିରମନା କୁହାଯାଉଥିବା ଦିଲ୍ଲୀ କ୍ୟାପିଟାଲ୍ସ । ଏକ ରୋମାଞ୍ଚକର ମ୍ୟାଚରେ 17 ରନରେ ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ସନରାଇର୍ଜସ ହାଇଦ୍ରାବାଦକୁ ପରାସ୍ତ କରିଛି ଶ୍ରେୟାସ ଆୟାରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଏଥିସହ ଦିଲ୍ଲୀ ଫାଇନାଲରେ ପ୍ରେବଶ କରିବା ସହ ଆସନ୍ତା 10 ତାରିଖରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ସାମ୍ନା କରିବ ।

ଆଇପିଏଲ 2020
ଆଜି ଦିଲ୍ଲୀ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା । ନିର୍ଧାରିତ 20 ଓଭରରେ 3 ଓ୍ୱିକେଟ୍ ହରେଇ ଦିଲ୍ଲୀ 189 ରନ୍ କରିଥିଲା। ଯେଉଁଥିରେ ଶିଖର ଧଓ୍ୱନ ଲଢୁଆ ବ୍ୟାଟିଂ କରିଥିଲେ । ଶିଖର ଧଓ୍ୱନ 50ଟି ବଲ୍ ଖେଳି 78 ରନ୍ କରିଥିଲା । ସେହିପରି ସିମରନ୍ ହେଟମେୟାର 22ଟି ବଲ୍ କରି ଧୂଆଁଧାର 42 ରନ୍ ସ୍କୋର କରିଥିଲେ । 189 ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିବା ହାଇଦ୍ରାବାଦ୍ ପ୍ରଥମ ଦଫାରେ 44 ରନ କରି ତିନୋଟି ଓ୍ୱିକେଟ୍ ହରେଇଥିଲା । ଦଳ ନିର୍ଧାରିତ 20 ଓଭରରେ 8 ଓ୍ୱିକେଟ୍ ହରେଇ 172 ରନ୍ କରିବାରେ ସକ୍ଷମ ହୋଇଥିଲା । ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମଥର ପାଇଁ ହାଇଦ୍ରାବାଦକୁ ପରାସ୍ତ କରିବା ସହ ପ୍ରଥମଥର ପାଇଁ ଫାଇନାଲକୁ ପ୍ରବେଶ କରିଛି ଦିଲ୍ଲୀ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+