ଭାରତୀୟ କୁସ୍ତି ମହାସଂଘ (WFI ) ଉପରୁ ହଟିଲା ବ୍ୟାନ୍‌; ଭାଙ୍ଗିଲା ଆଡ୍‌ ହକ୍ କମିଟି

ଭାରତୀୟ କୁସ୍ତି ମହାସଂଘ (WFI ) ଉପରୁ ହଟିଲା ବ୍ୟାନ୍‌ । ଏହା ସହ ଭାରତୀୟ କୁସ୍ତି ମହାସଂଘ ପାଇଁ ଗଠନ କରିଥିବା ଆଡ୍‌ ହକ୍ କମିଟିକୁ ମଧ୍ୟ ଭଙ୍ଗ କରାଯାଇଛି । ଇଣ୍ଡିଆନ୍‌ ଅଲିମ୍ପିକ୍ ଆସୋସିଏସନ୍‌ ଏନେଇ ଘୋଷଣା କରିଛି ।

ଗତ ବର୍ଷ ନିଲମ୍ବିତ ରେସଲିଂ ଫେଡେରସନ୍‌ର କାମ ତଦାରଖ କରିବା ପାଇଁ ଆଇଓଏ କାମ ଚଳା କମିଟି ତଥା ଆଡ ହକ୍‌ ପ୍ୟାନେଲ ଗଠନ କରିଥିଲା । ୩ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଆଡ ହକ୍ କମିଟି ଗଠନ କରାଯାଇଥିଲା। ଭାରତୀୟ କୁସ୍ତି ସଂଘକୁ ନିଲମ୍ବନ କରାଯିବା ପରେ ଏହି କମିଟି ଗଠନ ହୋଇଥିଲା । ତେବେ ଡବ୍ଲୁଏଫ୍‌ଆଇର କାମ ତଦାରଖ କରିବା ପାଇଁ ଏହି କମିଟିର ଆଉ କୌଣସି ଆବଶ୍ୟକତା ନାହି।

wrestling

ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ ଦ୍ୱାରା WFI ଉପରେ ଲଗାଯାଇଥି ବାବ୍ୟାନ୍‌କୁ ହଟାଇବା ଏବଂ IOA ଦ୍ୱାରା ନିଯୁକ୍ତ ଆଡ୍ ହକ୍ କମିଟି ଦ୍ୱାରା ତଦାରଖ କରାଯାଉଥିବା ଚୟନ ପରୀକ୍ଷଣର ସଫଳ ସମାପ୍ତି ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଗତବର୍ଷ ବିଜେପି ସାଂସଦ ତଥା କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଚୟ ସିଂହ କୁସ୍ତି ସଂଘର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଏହାକୁ ନେଇ କୁସ୍ତି ଯୋଦ୍ଧାମାନେ ଜୋରଦାର ବିରୋଧ କରିଥିଲେ । ଆଉ ପରେ
ଭାରତୀୟ କୁସ୍ତି ମହାସଂଘ (WFI ) କୁ ବ୍ୟାନ୍‌ କରଯାଇଥିଲା ।

ଇଣ୍ଡିଆନ୍‌ ଅଲିମ୍ପିକ୍‌ ଆସୋସିଏସନ୍‌ କହିଛି ଯେ, ଶୀଘ୍ରରୁ ଅତି ଶୀଘ୍ର ଡବ୍ଲୁଏଫ୍‌ଆଇକୁ ସେଫ୍‌ଗାର୍ଡିଂ କମିଟି ଗଠନ କରିବାକୁ ହେବ। ଏହି କମିଟି ଖେଳାଳିଙ୍କ ସମସ୍ୟାର ସମାଧାନ କରିବ। ଏଥିସହ ଫେଡେରେସନ୍‌କୁ ନିର୍ଦ୍ଧାରିତ ସମୟ ସୀମା ଓ ନିୟମ ଅନୁସାରେ ଆଥଲେଟିକ୍ କମିଶନର ନିର୍ବାଚନ କରିବାକୁ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+