କେରଳରେ ହେବ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌: ଖେଳିବ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା

ଆସନ୍ତା ନଭେମ୍ବରରେ କେରଳରେ ବିଶ୍ୱ ଚାମ୍ପିୟନ ଆର୍ଜେଣ୍ଟିନା ଏକ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବ। ଏ ନେଇ ଆର୍ଜେଣ୍ଟିନା ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଏହି ମ୍ୟାଚ୍‌ ନଭେମ୍ବର ୧୦ରୁ ୧୮ ମଧ୍ୟରେ କୋଚି କିମ୍ବା ଥିରୁଭାନନ୍ତପୁରମରେ ଖେଳାଯାଇପାରେ।

ମ୍ୟାନେଜର ଲିଓନେଲ ସ୍କାଲୋନିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଜାତୀୟ ଦଳ ଚଳିତ ବର୍ଷ ଦୁଇ ପର୍ଯ୍ୟାୟରେ ଫିଫା ଫ୍ରେଣ୍ଡଲୀ ମ୍ୟାଚ୍‌ ଖେଳିବ। ପ୍ରଥମ ପର୍ଯ୍ୟାୟ ଅକ୍ଟୋବରରେ ୬ରୁ ୧୪ ମଧ୍ୟରେ ଆମେରିକାରେ ଖେଳାଯିବ। ଏହି ମ୍ୟାଚ୍‌ଗୁଡ଼ିକ ଲାଗି ପ୍ରତିପକ୍ଷ ଦଳ ଓ କେଉଁ ସହରରେ ମ୍ୟାଚ୍‌ ଖେଳାଯିବ ତାହା ନିର୍ଦ୍ଧାରଣ ହୋଇପାରି ନାହିଁ।

World champions Argentina to play

ଦ୍ୱିତୀୟ ପର୍ଯ୍ୟାୟ ଫ୍ରେଣ୍ଡଲୀ ମ୍ୟାଚ୍‌ ନଭେମ୍ବରରେ ୧୦ରୁ ୧୮ ମଧ୍ୟରେ ଲୁଆଣ୍ଡା, ଆଙ୍ଗୋଲା ଓ କେରଳରେ ହେବ। ଏଥିଲାଗି ଏପର୍ଯ୍ୟନ୍ତ ପ୍ରତିପକ୍ଷ ଦଳ ଧାର୍ଯ୍ୟ ହୋଇ ନାହାନ୍ତି। ଏ ସମ୍ପର୍କରେ କେରଳ କ୍ରୀଡ଼ାମନ୍ତ୍ରୀ ଭି ଅବଦୁରହିମାନ କହିଛନ୍ତି, ଲିଓନେଲ ମେସିଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଜିତିଥିବା ଆର୍ଜେଣ୍ଟିନା ଦଳ କେରଳରେ ନଭେମ୍ବରରେ ଏକ ଫ୍ରେଣ୍ଡଲୀ ମ୍ୟାଚ୍‌ ଖେଳିବ। ଏଥିଲାଗି ଆର୍ଜେଣ୍ଟିନା ଫୁଟବଲ ଆସୋସିଏଶନକୁ ଆମେ ଧନ୍ୟବାଦ୍‌ ଦେଉଛୁ। ଏହା କେରଳ ଫୁଟବଲ ଓ ପୂରା କ୍ରୀଡ଼ା ବିଭାଗ ଲାଗି ଐତିହାସିକ ମୁହୂର୍ତ୍ତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+