ଜୁନ୍ ୯ରୁ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚଳିତ ବର୍ଷ ଜୁନମାସ ୯ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଆୟୋଜିତ ହେବାକୁ ଯାଉଛି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ୨୦୨୩ । ଏହି କ୍ରମରେ ଆଜି ପ୍ରଥମ ଟିକେଟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
ଆସନ୍ତା ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରରେ ଇଣ୍ଟରନ୍ୟାସନାଲ ପୁରୁଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିରେ ଭାରତ ସମେତ ଲେବାନନ୍, ମାଙ୍ଗୋଲିଆ ଏବଂ ଭାନୋଆଟୋର ଟିମ୍ ଭାଗ ନେବେ । ହକି ବିଶ୍ବକପର ସଫଳ ଆୟୋଜନ ପରେ ଓଡ଼ିଶା ଆଉ ଏକ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ।

ଏଫଆଇଏଚ୍ ଓଡଇଶା ହକି ବିଶ୍ୱକପ ୨୦୨୩ର ସଫଳତା ପରେ ଭୁବନେଶ୍ୱର ଓ ରାଉରକେଲାରେ ଆଉ ଏକ ଅନ୍ତର୍ଜାତୀୟ କ୍ରୀଡା ମହୋତ୍ସବ ଆୟୋଜନ କରିବାକୁ ଯାଉଛି ଓଡିଶା । ଏହି ଚାରିଦେଶୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାରତ, ଲେବାନନ, ମଙ୍ଗୋଲିଆ ଓ ଭାନୁଆଟୁ ଭାଗନେବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି, ଓଡିଶାବାସୀଙ୍କ ମଧ୍ୟରେ ଫୁଟବଲ ପ୍ରତି ବହୁତ ଭଲପାଇବା ରହିଛି । ଏହି ଚମକ୍ରାର ପ୍ରତିଯୋଗିତାର ଆୟୋଜନ ପାଇଁ ଆଉ ଏକ ସମ୍ମାନ ଏବଂ ନିଶ୍ଚିତ ଭାବରେ ରାଜ୍ୟ ଏବଂ ଭାରତର ଅନେକ ଫୁଟବଲ ପ୍ରଶଂସକଙ୍କୁ ରୋମାଞ୍ଚିତ କରିବ । ଏହାସହ ମୁଖ୍ୟମନ୍ତ୍ରୀ ଏହି ଟୁର୍ଣ୍ଣାମେଣ୍ଟରେ ଭାଗନେବାକୁ ଥିବା ଦଳଗୁଡିକୁ ଶୁଭେଚ୍ଛା ଜଣାଇଛନ୍ତି ।












Click it and Unblock the Notifications